ରାଜ୍ୟ
ବାଘ ଛାଲ ଜବତ, ୭ ଗିରଫ – Ibnodisha
[ad_1]
କଟକ: କଟକ ନେତାଜୀ ବ୍ରିଜ୍ ପାଖରୁ ବାଘ ଛାଲ ଜବତ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛନ୍ତି । ଏବେବି ୬ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ । ସୂଚନା ଅନୁଯାୟୀ, ଗତ ୭ ତାରିଖରେ କଟକ ନେତାଜୀ ବ୍ରିଜ୍ ପାଖରେ ବାଘ ଛାଲ କିଣାବିକା ଡିଲ୍ ଚାଲିଥିବା ବେଳେ ମାଡିବସିଥିଲା ଏସଟିଏଫ୍ । ଏହି ଘଟଣାର ତଦନ୍ତ ପାଇଁ ତିଆରି ହୋଇଥିଲା ଜଏଣ୍ଟ ଟାକ୍ସ ଫୋର୍ସ । ପ୍ରଥମେ ଗ୍ରାହକ ହୋଇ ଦୁଇ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିଥିଲେ ଏହି ତଦନ୍ତକାରୀ ଅଧିକାରୀ । ପ୍ରଥମେ ଦୁଇ ଅଭିଯୁକ୍ତ ଧରା ପଡିବା ପରେ ବ୍ୟାଗ ଭିତରକୁ ବାଘ ଛାଲ ମିଥିଲା । ଏବେ ଜଣେ ପରେ ଜଣେ ହୋଇ ମୋଟ ୭ଜଣ ଅଭିଯୁକ୍ତି ଧରାପଡିଛନ୍ତି । ସେଥିମଧ୍ୟରୁ ୨ଜଣ ଶିକାରୀ ଥିବା ବେଳେ ବାକି ୫ଜଣ ବେପାରି ଅଛନ୍ତି । ବାକି ଅନ୍ୟ ୬ଜଣଙ୍କ ପାଖରେ ପହଞ୍ଚିବାକୁ ଏବେ ଯୋଜନା ପ୍ରସ୍ତୁତ କରାଯାଉଛି ସୂଚନା ମିଳିଛି ।
[ad_2]