ରାଜ୍ୟ

ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ; ଶେଷରେ କ’ଣ ହେଲା ଜାଣନ୍ତୁ…. – Ibnodisha

[ad_1]

ଦେବଗଡ : ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ । ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ଗୋଡ କାଢ଼ିଥିଲେ, ସିଏ ସାଜିଲା ହତ୍ୟାକାରୀ । ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରିଥିଲା । ଏପରି ବୀଭତ୍ସ ହତ୍ୟାକାଣ୍ଡ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି । ଅଭିଯୋଗ ପରେ ପୁଲିସ ହତ୍ୟାକାରୀ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ବଡଖୋଲ ଗାଁର ମୀନା କିସାନ । ସେ କିସିଣ୍ଡା ଥାନା ବଳମ ଗାଁର ଦାଶରଥି କିସାନଙ୍କୁ ବିବାହ କରିଥିଲେ ।

ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ସ୍ୱାମୀ ଓ ପୁଅ ଥାଉଁ ଥାଉଁ କିସିଣ୍ଡା ଥାନା ବଲାସିଙ୍ଘା ଗାଁର ପ୍ରମୋଦ କିସାନଙ୍କ ପ୍ରେମରେ ପଡ଼ିଥିଲେ ମୀନା । ପରେ ଉଭୟଙ୍କ ଭିତରେ ପ୍ରେମର ଲୁଚାକାଳି ଖେଳ ଚାଲିଥିଲା । ଏମିତି ପ୍ରାୟ ୨ ବର୍ଷ ଧରି ଚାଲିଥିଲା । ନିଜର ଚୋରା ପିରତୀ ପ୍ରଘଟ ହୋଇଯିବା ସନ୍ଦେହ କରି ମୀନା ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକଙ୍କ ପାଖକୁ ପଳାଇ ଯାଇଥିଲେ । ପ୍ରେମିକ ପ୍ରମୋଦଙ୍କ ସହ ମୀନା ଘର ଭଡା ନେଇ ବିଭିନ୍ନ ଅଞ୍ଚଳରେ ରହୁଥିଲେ । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ବେଶୀ ଦିନ ତିଷ୍ଠି ପାରିଲା ନାହିଁ । ପ୍ରେମକୁ ନେଇ ଉଭୟଙ୍କ ଭିତରେ ଉଠିଥିଲା ଅଶାନ୍ତିର ଝଡ଼ । ମୀନା ଆଉ କିଛି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ପ୍ରମୋଦ ସନ୍ଦେହ କରୁଥିଲେ ।

ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁର ଜଣେ ସମ୍ପର୍କିୟ ଗୁରୁଚରଣ ପ୍ରଧାନଙ୍କ ଘରେ ମୀନାଙ୍କୁ ଛାଡି କୋଇଡା ଅଞ୍ଚଳକୁ ଟ୍ରକ୍ ଚଲାଇବା ପାଇଁ ଚାଲି ଯାଇଥିଲେ ପ୍ରମୋଦ । ଗତ ୨୩ ତାରିଖରେ ପ୍ରମୋଦ ମଧ୍ୟପୁର ଗାଁକୁ ଆସିଥିଲେ । ସେହି ସମୟରେ ସେ ମୀନାଙ୍କ ପ୍ରେମ କାହାଣୀ ଜାଣିବାକୁ ପାଇଥିଲେ । ବିଳମ୍ବିତ ରାତିରେ ମୀନା ଶୋଇଥିଲେ । ଠିକ୍ ସେହି ସମୟରେ ପ୍ରମୋଦ ଏକ ସାଲ୍‌ରେ ମୀନାର ବେକରେ ଗୋଡ଼ାଇ ଚିପି ହତ୍ୟା କରି ଦେଇଥିଲେ! ତା’ପରେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । ମୀନାଙ୍କ ମୃତଦେହକୁ ଗାଁଠାରୁ ୫୦ ମିଟର ଦୂରରେ ଥିବା ଏକ ଖେଳ ପଡ଼ିଆରେ ଗାତ ଖୋଳି ପୋତି ଦେଇଥିଲେ । ଏଥିରେ ସହଯୋଗ କରିଥିଲେ ପ୍ରମୋଦଙ୍କ ବାପା କେଶବ କିସାନ, ଘର ମାଲିକ ଗୁରୁଚରଣ ପ୍ରଧାନ ଓ ତାଙ୍କ ପୁଅ ଏବଂ ପ୍ରଦୀପ ପ୍ରଧାନ । ମୀନା ହତ୍ୟା ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେବଗଡ଼ ଏସ୍‌ପି ରାମପ୍ରସାଦ ସାହୁ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button