ରାଜ୍ୟ

ସିନ୍ଧେକେଲାରେ ଝାଡ଼ାବାନ୍ତି ଆତଙ୍କ, ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍ – Ibnodisha

[ad_1]

ବଲାଙ୍ଗୀର: ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର ସିନ୍ଧେକେଲାରେ ୬୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ସେଥିମଧ୍ୟରୁ ୧୨ ଜଣ ଡାକ୍ତରଖାନାରେ ଆଡ଼ମିଶନ ହୋଇଛନ୍ତି। ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨ ଜଣଙ୍କର ମୃତ୍ୟୁ ଘଟିଛି । ଆଖପାଖ ଗାଁର ଆଉ ୩ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସଂକ୍ରମଣ କାରଣ ଜାଣିବା ପାଇଁ ନିକଟସ୍ଥ ବିଭିନ୍ନ ଉତ୍ସରୁ ପାଣି ପରୀକ୍ଷା କରାଯାଇଛି । ଝାଡ଼ା ନମୁନା ପରୀକ୍ଷା କରାଯାଉଛି ।

ନଦୀ ପାଣିରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ତାକୁ ବିଶୋଧନ କରାଯାଉଛି। ଅନ୍ୟ ପାଣି ଉତ୍ସ ବି ବ୍ଲିଚିଙ୍ଗ ପାଉଡ଼ର ଦିଆଯାଉଛି। ଲୋକେ ନଦୀରେ ଶୌଚ କରି ଏହାକୁ ପ୍ରଦୂଷିତ କରୁଛନ୍ତି। ଆଉ ହାତ ବି ସଫା କରୁ ନାହାନ୍ତିୟ୨ଟି ମୋବାଇଲ ଡାକ୍ତରୀ ଟିମ ନିୟୋଜନ ହୋଇଛନ୍ତି । ଭୀମଭୋଇ ମେଡିକାଲ କଲେଜରୁ ୩ ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି । ଭୁବନେଶ୍ବରରୁ ୨ ଜଣିଆ ଟିମ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button