ମୋଦୀ ଓ ଯୋଗୀଙ୍କ ନିକଟକୁ ରାକ୍ଷୀ ପଠାଇଲେ ପାକିସ୍ତାନରୁ ଆସିଥିବା ସୀମା ହାଇଦର – Ibnodisha

[ad_1]

ନୋଇଡ଼ା: ଆଗକୁ ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭଉଣୀମାନେ ସେମାନଙ୍କ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦିଙ୍କ ନିକଟକୁ ରାକ୍ଷୀ ପଠାଇଛନ୍ତି ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ନିକଟକୁ ଭାରତ ଧାଇଁ ଆସିଥିବା ସୀମା ହାଇଦର୍। ଏକ ଭିଡିଓ ଜାରି କରି ସୀମା ନିଜେ ଏ ସଂପର୍କରେ ସୂଚନା ଦେଇଛନ୍ତି।
ଭିଡିଓରେ ସୀମା ଏକ ସବୁଜ ରଂଗର ଶାଢ଼ି ପରିଧାନ କରିଛନ୍ତି। ସେ କାହା କାହା ପାଖକୁ ରାକ୍ଷୀ ପୋଷ୍ଟ୍ କରିଛନ୍ତି ସେ ବିଷୟରେ କହୁଥିବାର ଶୁଣିବାକୁ ମିଳିଛି। ପ୍ରଥମେ ମୋଦୀଙ୍କ ନାମରୁ ଆରମ୍ଭ କରି ଡକ୍ଟର ମୋହନ ଗଜବତ, ରାଜନାଥ ସିଂହ, ଏପି ସିଂହ, ଯୋଗୀ ଆଦିତ୍ୟନାଥ ଏବଂ ଅମିତ ଶାହଙ୍କ ନିକଟକୁ ରାକ୍ଷୀ ପଠାଇଥିବା କହୁଛନ୍ତି।
ସମୟ ପୂର୍ବରୁ ଭାରତର ଏହି ଭାଇମାନଙ୍କ ପାଖରେ ରାକ୍ଷୀ ପହଞ୍ଚିଯାଉ ବୋଲି ଚିନ୍ତା କରି ସେ ଆଗୁଆ ପଠାଇ ଦେଇଛନ୍ତି। ସୀମା ଆହୁରି ବି କହିଛନ୍ତି ଯେ ‘ମୋତେ ସେମାନଙ୍କ ଛୋଟ ଭଉଣୀ ଭାବି ମୋ ରାକ୍ଷୀ ସ୍ବୀକାର କରନ୍ତୁ ଏବଂ ଭାଇ ଭଉଣୀର ଏହି ପବିତ୍ର ଉତ୍ସବରେ ମୁଁ ପଠାଇଥିବା ରାକ୍ଷୀଙ୍କୁ ସେମାନଙ୍କ ହାତରେ ବାନ୍ଧନ୍ତୁ’। ଏ ସମସ୍ତଙ୍କୁ ସୀମା ବଡ଼ ଭାଇ ବୋଲି ସମ୍ବୋଧନ କରି ‘ଜୟ ଶ୍ରୀ ରାମ’ ଏବଂ ‘ଜୟ ହିନ୍ଦୁସ୍ତାନ’ ନାରା ଲଗାଇଛନ୍ତି। ଏହା ପୂର୍ବରୁ ସୀମା ଜିତ୍ ଏବଂ ନାଗ ପଞ୍ଚମୀ ବି ପାଳନ କରିଛନ୍ତି।
[ad_2]