ବାଇକରେ ବସି ଯାଉଥିବା ବେଳେ ସର୍ପ ଦଂଶନରେ ଟଳି ପଡ଼ିଲେ ଯୁବକ, ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ – Ibnodisha

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକରେ ବସି ଯାଉଥିବା ବେଳେ ସର୍ପ ଦଂଶନ କରିବା ହେତୁ ଜଣେ ଯୁବକ ରାସ୍ତାରେ ଟଳି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ ବ୍ୟକ୍ତିଙ୍କ ପରିଚୟ ମନୀଷ ବୋଲି ଜଣାପଡ଼ିଛି।
ତେବେ ଏହି ଘଟଣାଟି ସେତେବେଳେ ଘଟିଛି ଯେତେବେଳେ ମନୀଷ ଦୁଇହାତରେ ସାପକୁ ଧରି ବାଇକରେ ବସି ଯାଉଥିଲେ।
Viral Video: Cobra bit a young man on a moving bike, CCTV footage of the incident went viral.#viralnews #cobra #Indore #MadhyaPradesh #india #viral #viralvideo #snake pic.twitter.com/FfQB3JRFHT
— Siraj Noorani (@sirajnoorani) September 23, 2023
କୁହାଯାଉଛି କି, ମନୀଷ ଦୁଇହାତରେ ଏକ ନାଗସାପକୁ ଧରିଥିଲେ। ଆଉ ତାଙ୍କ ସାଥୀ ବାଇକ ଚଲାଇ ଯାଉଥିବା ବେଳେ ସେ ପଛରେ ବସିଥିଲେ। ଅଧା ରାସ୍ତାରେ ଉକ୍ତ ନାଗସାପ ମନୀଷଙ୍କୁ ଚେଟ ମାରିଥିଲା। ଏହାପରେ ମନୀଷ ତାଙ୍କ ସାଥୀଙ୍କୁ ବାଇକ ଅଟକାଇବାକୁ କହିଥିଲେ।
ଯେମିତି ରାସ୍ତାରେ ବାଇକ ଅଟକିଥିଲା। ମନୀଷ ବାଇକରୁ ତଳକୁ ପଡ଼ି ଯାଇଥିଲେ। ଏହି ସମୟରେ ତାଙ୍କ ସାଥୀ ଭୟଭୀତ ହୋଇ ରାସ୍ତାର ଆରପାର୍ଶ୍ବକୁ ଚାଲି ଯାଇଥିବା ବେଳେ ମନୀଷ ଉଠିବାକୁ ଚେଷ୍ଟା କରିଥିଲେ। ଆଉ ଉଠିବି ଥିଲେ କିନ୍ତୁ ପୁଣିଥରେ ସେ ଟଳି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଭୟାବହ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।
ତେବେ ମନୀଷ ଏପରି ଖାଲି ହାତରେ ସାପକୁ ବାଇକରେ ଧରି କାହିଁକି ଯାଉଥିଲେ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।
[ad_2]