ଦେଶ

ଦକ୍ଷିଣୀ ସିନେମାରେ କାମ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଆୟୁଷ୍ମାନ୍‌ – Ibnodisha

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କ ଫିଲ୍ମ `ଡ୍ରିମ୍‌ ଗାର୍ଲ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସ୍‌ରେ ଏହି ଫିଲ୍ମ ଭଲ ବିଜିନେସ୍‌ କରିବା ସହ ଆୟୁଷ୍ମାନ୍‌ଙ୍କ କ୍ୟାରିୟର ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଛି।

ଏଥିରେ ଆୟୁଷ୍ମାନ୍‌ଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି। ବଲିଉଡ୍‌ରେ ଏବେ ସାଉଥ୍‌ ଫିଲ୍ମଗୁଡ଼ିକର ରିମେକ୍‌ ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ ବଲିଉଡ୍‌ରେ କିଛି ଏମିତି ଫିଲ୍ମ ତିଆରି କରାଯାଉଛି ଯାହାକି ପୂର୍ବରୁ ସାଉଥ୍‌ରେ ନିର୍ମାଣ ହୋଇଥିଲା। ଆୟୁଷ୍ମାନ୍‌ ମଧ୍ୟ ଏଭଳି କେତୋଟି କାମ କରିଛନ୍ତି। ଇତିମଧ୍ୟରେ ଆୟୁଷ୍ମାନ୍‌ ଦକ୍ଷିଣୀ ସିନେମାରେ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତି।

ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତତକାରରେ ଆୟୁଷ୍ମାନ୍‌ କହିଛନ୍ତି ଯେ, ‘ଅନ୍ୟ କଳାକାରମାନଙ୍କ ଭଳି ମୋତେ ଦକ୍ଷିଣ କିମ୍ବା ଅନ୍ୟ କୌଣସି ଇଣ୍ଡଷ୍ଟ୍ରୀରେ କାମ କରିବାରେ କୌଣସି ଅସୁବିଧା ନାହିଁ। ରିମେକ୍‌ ଫିଲ୍ମରେ କାମ କରିବା ଅପେକ୍ଷା ମୋ ଫିଲ୍ମର ରିମେକ୍‌ ହେଉ।’ ଇତିମଧ୍ୟରେ ତାଙ୍କ ପାଖକୁ ଅନେକଗୁଡ଼ିଏ ସାଉଥ୍ ଫିଲ୍ମରୁ ଅଫର୍‌ ଆସିଥିବା କଥା ସେ କହିଛନ୍ତି। ଏଯାବତ୍‌ ତାଙ୍କୁ କୌଣସି ଫିଲ୍ମର କାହାଣୀ ପସନ୍ଦ ଆସିନାହିଁ।

ତେବେ ସେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି କହିଛନ୍ତି। ‘ଜୱାନ୍’ର ସଫଳତା ପରେ ଆୟୁଷ୍ମାନ୍‌ ଏଟ୍‌ଲିଙ୍କ ସହ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବଲିଉଡ୍‌ର ପ୍ରଖ୍ୟାତ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ବାୟୋପିକ୍‌ରେ ଅଭିନୟ କରିବାକୁ ସେ ଚାହାନ୍ତି ବୋଲି ଆୟୁଷ୍ମାନ୍‌ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button