ଦେଶ

କମ୍‌ବ୍ୟାକ୍‌ କଲା କରୋନା: ଦିନକରେ ୫ ମୃତ – Ibnodisha

[ad_1]

ନୂଆଦିଲ୍ଲୀ : ପୁଣି କଡ଼ ଲେଉଟାଇଲା ମହାମାରୀ କରୋନା। ପୁଣି ଥରେ ସାରା ବିଶ୍ୱରେ କାୟା ମେଲାଇବା ଆରମ୍ଭ କରିଛି କୋଭିଡ-୧୯ ଭୂତାଣୁ। ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିଲାଗି ଲୋକଙ୍କ ମଧ୍ୟରେ ପୁଣିଥରେ ଏହି ମହାମାରୀକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସାରା ବିଶ୍ୱରେ କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧ ଚିହ୍ନଟ ହୋଇଛି। ଭାରତରେ ମଧ୍ୟ ଏହି ଭାରିଏଣ୍ଟରେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରବିବାର ଦେଶରେ ୩୩୫ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଲରେ ସକ୍ରିୟ ମାମଲା ସଂଖ୍ୟା ୧,୭୦୧କୁ ବୃଦ୍ଧି ପାଇଛି। ସେହିପରି ଏଥିରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ କେରଳର ହୋଇଥିବା ବେଳେ ଜଣେ ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି। ସେପଟେ କେରଳରେ କରୋନାଏକ ନୂତନ ଭ୍ୟାରିଏଣ୍ଟର ଲକ୍ଷଣ ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ମାସ ଭିତରେ କେରଳରେ ୩୩ରୁ ୭୬୮ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେରଳ ସରକାର ଏହା ଉପରେ ନଜର ରଖିଥିବା ବେଳେ କିଛି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଇଛନ୍ତି । ରାଜ୍ୟର ଜଣେ ବୃଦ୍ଧ ମହିଳାଙ୍କଠାରେ ଏହି ନୂତନ ପ୍ରକାରର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା, କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମଣ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥି ସହିତ କେରଳରେ ଜେଏନ.୧ ମାମଲା ପହଞ୍ଚିବା ପରେ ପଡୋଶୀ ରାଜ୍ୟ କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟ ସଜାଗ ରହିଛନ୍ତି। ସେପଟେ କରୋନାର ଏହି ନୂଆ ଭାରିଏଣ୍ଟକୁ ନେଇ ଚେତାବନୀ ଚାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଶ୍ୱାସ ରୋଗର ବୃଦ୍ଧି ଏବଂ ନୂତନ ଜେଏନ୍‌.୧ କୋଭିଡ୍ ସବ୍-ଭାରିଏଣ୍ଟକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଏହି ଜୀବାଣୁ ବିକଶିତ ହେଉଛି ଏବଂ ବଦଳୁଛି। ତେଣୁ ସଦସ୍ୟ ଦେଶମାନଙ୍କୁ ତୀକ୍ଷ୍ଣ ନଜର ରଖିବାକୁ ଅନୁରୋଧ କରିଛି ହୁ’। ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କେଭିଡ-୧୯ ଟେକ୍‌ନିକ୍‌ ମୁଖ୍ୟ ମାରିଆ ଓ୍ୱାନ୍‌ କେରଖୋବ୍‌ଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି। ଏହି ଭିଡିଓରେ ସେ କରୋନା ସଂକ୍ରମଣ ବୃଦ୍ଧି ହେବାର କାରଣ ଓ ସତର୍କତା ଅବଲମ୍ବନ କରିବା ବିଷୟରେ ବର୍ଣ୍ଣନା କରିଛନ୍ତି। ସିଙ୍ଗାପୁରରେ ପ୍ରଥମେ କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧ ଚିହ୍ନଟ ହୋଇଥିଲା। ଏହି ଭାରିଏଣ୍ଟ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ବିଶେଷଜ୍ଞଙ୍କ ମୁତାବକ, କରୋନାର ଏହି ନୂଆ ଭାରିଏଣ୍ଟ ହେଉଛି ସବୁଠାରୁ ଜଟିଳ ଓ ଭୟଙ୍କର। ଏହା ଦ୍ରୁତ ଗତିରେ ବ୍ୟାପୁଛି। ଆମେରିକା, ଚୀନ୍‌ ସମେତ ଅନେକ ଦେଶର ଲୋକେ ଏହି ନୂଆ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button