ଦେଶ

୩୦ ଫୁଟ୍ ବ୍ରିଜ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ – Ibnodisha

[ad_1]

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସାକେଣୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ୩୦ଫୁଟ୍ ବ୍ରିଜ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଓଲଟି ଖସିପଡ଼ିଲା। ତେବେ ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି।ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ସିମେଣ୍ଟ ନେଇ ଦଶପଲ୍ଲା ଆସୁଥିବାବେଳେ ଭାରସାମ୍ୟ ହରାଇ ମାଲ ବୋଝେଇ ଟ୍ରକଟି ବ୍ରିଜ ତଳକୁ ଓଲଟି ପଡ଼ିଥିଲା।

ସୌଭାଗ୍ୟବଶତଃ ଅଳ୍ପକେ ଡ଼୍ରାଇଭରଜଣଙ୍କ ବର୍ତ୍ତିଯାଇଛନ୍ତି। ଡ଼୍ରାଇଭରଜଣଙ୍କ ବିଶାଖାପାଟଣାର ବୋଲି ଜଣାପଡ଼ିଛି। ସୂଚନା ଥାଉ କି ଏହି ସ୍ଥାନରେ କୌଣସି ସୂଚନା ଫଳକ ନଥିବାରୁ ମାସକ ମଧ୍ୟରେ ୫ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।  ଏହାଦ୍ଵାରା ନିୟମିତ ଭାବେ ଏଭଳି ଦୁର୍ଘଟଣା ଘଟିଚାଲିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button