ଦେଶ

ସୀମାଙ୍କୁ ପାଦେ ପାଦେ କପି କରୁଛନ୍ତି ଅଞ୍ଜୁ: ମିଶିଯାଉଛି ଏହି ସବୁ କଥା – Ibnodisha

[ad_1]

ନୂଆଦିଲ୍ଳୀ: ପାକିସ୍ତାନ ଛାଡ଼ି ପ୍ରେମିକ ସଚିନଙ୍କ ନିକଟରୁ ଭାରତ ପଳାଇ ଆସିବା ସୀମା ହାଇଦର ଚର୍ଚ୍ଚାରେ ରହିବାର ବାସ୍‌ କିଛି ଦିନ ଭିତରେ ଆମ ଦେଶ ଛାଡ଼ି ପ୍ରେମିକଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ ଅଞ୍ଜୁ। ସୀମା ଭାରତ ଆସିବା ପରେ ଅଞ୍ଜୁଙ୍କ ପାକିସ୍ତାନ ‌ଯିବା ନେଇ ହିସାବ ବରାବର ହୋଇଗଲା ବୋଲି ଲୋକ ଚର୍ଚ୍ଚା କରୁଥିଲେ। କେବଳ ସେତିକି ନୁହେଁ, ସୀମାଙ୍କ ସହ ଅଞ୍ଜୁଙ୍କର ଆହୁରି ଅନେକ କଥା ମେଳ ଖାଉଛି। ଏପରିକି କୁହାଯାଉଛି ଯେ ସୀମାଙ୍କ ଭାଷା କହୁଛନ୍ତି ଅଞ୍ଜୁ।

ଭାରତ ଆସି ସୀମା ପାକିସ୍ତାନ ବିଷୟରେ ଯେପରି ସବୁ କଥା କହୁଥିଲେ, ପାକିସ୍ତାନ ଯାଇ ଅବିକଳ ସେହିପରି କହୁଛନ୍ତି ଅଞ୍ଜୁ। ସୀମା ଯେପରି ପାକିସ୍ତାନ ଗଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହୁଥିଲେ ଭାରତ ଫେରିଲେ ଜୀବନ ପ୍ରତି ବିପଦ ଅଛି ବୋଲି କହୁଛନ୍ତି ଅଞ୍ଜୁ।

ପୂର୍ବରୁ ଅଞ୍ଜୁ କିଛି ଦିନ ପାକିସ୍ତାନରେ ବୁଲାବୁଲି କରି ଭାରତ ଫେରି ଆସି‌ବେ ବୋଲି ଶୁଣା ହେଉଥିବା ବେଳେ ଏବେ କିନ୍ତୁ ସୀମାଙ୍କ ପରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେଠାରେ ରହିଲେଣି। ପାକିସ୍ତାନ ସରକାର ଅଞ୍ଜୁଙ୍କ ଭିସା ଅବଧିକୁ ଆହୁରି ବର୍ଷେ ପର୍ଯ୍ୟନ୍ତ ବଢ଼ାଇ ଦେଇଥିବାରୁ ସେ ଏହା ଭିତରେ ଦେଶକୁ ଫେରିବେ କି ନାହିଁ ତାହାର କୌଣସି ନିଶ୍ଚିତତା ନାହିଁ।

ପୂର୍ବରୁ ସୀମାଙ୍କ ଉପରେ ‘କରାଚି ଟୁ ନୋଇଡା’ ଫିଲ୍ମ ବନିବ ବୋଲି ଶୁଣା ହେଉଥିବା ବେଳେ ଏବେ ଅଞ୍ଜୁଙ୍କ ଉପରେ  ‘ମେରା ଅବଦୁଲ ଏସା ନେହି ହେ’ ଫିଲ୍ମ ବନିବ। ଦୁଇଟି ଯାକ ଫିଲ୍ମ ନିର୍ମାଣ କରିବେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅମିତ ଜାନି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button