ରାଜ୍ୟ
ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ – Ibnodisha

[ad_1]
ରାୟଗଡ଼ା : ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ। ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ। ରାୟଗଡ଼ା ଜିଲ୍ଲା ଆନ୍ଧ୍ରପ୍ରଦେଶ ସୀମାନ୍ତ କେରେଡ଼ା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ର ପାର୍ବତୀପୁରମ୍ ଠାରୁ କଲ୍ୟାଣସିଂପୁର ଆସୁଥିବା ଯାତ୍ରୀବାହୀ ବସ ବିଜୟଦୂର୍ଗାକୁ ଅଟକାଇଥିଲା ହାତୀ।ବସର କାଚକୁ ହାତୀ ଭାଙ୍ଗିବା ସହ ବସକୁ ପଛକୁ ଠେଲି ଦେଇଥିଲା। ଫଳରେ ବସ ରେ ଥିବା ଯାତ୍ରୀ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି। ହାତୀଟି ପାଖାପାଖି ୫ମିନିଟ୍ ଧରି ତାଣ୍ଡବ ଲୀଳା ରଚିଥିଲା। ଏହି ହାତୀ ପଡୋଶୀ ଆନ୍ଧ୍ରପ୍ରଦେଶ ର କେନ୍ନୁରୁ ଜଙ୍ଗଲ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି ।
[ad_2]