ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

IBN ଓଡିଶା(ବ୍ୟୁରୋ):-ହାଇଦ୍ରାବାଦ- ଜଣେ ତହସିଲ୍ଦାର ଏକ ଜମିଜମା ମାମଲାରେ ବିଲ୍ଡର ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି । ଏକ ଜମିରେ ବିକ୍ରି ତଥା ଏହା ଉପରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଥିବା କେତକ କଟକଣା ଦୂର କରିବା ସହ ଏହି ମାମଲାକୁ ରଫାଦଫା କରିବା ପାଇଁ ସମ୍ପୃକ୍ତ ତହସିଲଦାର ୨ କୋଟି ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ବିଲ୍ଡର ଜଣଙ୍କ ଏ କୋଟି ୧୦ ଲକ୍ଷଟଙ୍କା ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ । ସେଠାର ଆଉ ଜଣେ ରାଜସ୍ୱ ଅଧିକାରୀ ମଧ୍ୟ ଏହି ମାମଲାରେ ଗିରଫ ହୋଇଛି । ତେଲେଙ୍ଗାନା ଆଣ୍ଟି କରପସନ୍ ବ୍ୟୁରୋ ଦ୍ୱାରା ଏହି ଦୁଇ ଜଣଙ୍କ ସହ ମୋଟ୍ ଚାରିଜଣ ଗିରଫ ହୋଇଛନ୍ତି ।
ଆଣ୍ଟି କରପସନ୍ ବ୍ୟୁରୋ ଦ୍ୱାରା ତେଲେଙ୍ଗାନା କୀସିରା ମଣ୍ଡଳର ତହସିଲଦାର ଇରଭା ବାଲାରାଜୁ ନାଗରାଜୁଙ୍କୁ ଗିରଫ କରାଯାଇଛି । ତେଲେଙ୍ଗାନା ମେଚ୍ଛଲ ଏବଂ ମାଲକାଜଗିର ଜିଲ୍ଲାରେ ଏକ ଜମି ବିବାଦର ମାମଲା ରଫା ଦଫା କରିବା ପାଇଁ ସେ ଏହି ଟଙ୍କା ମାଗିଥିଲେ । ୨୮ ଏକର ଜମି ବିବାଦ ମାମଲାକୁ ରଫା ଦଫା କରିବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କିଛି ଚାଷୀଙ୍କ ନାମରେ ଏହି ଜମିଥିଲା । ହାଇକୋର୍ଟ ମଧ୍ୟ ଚାଷୀଙ୍କ ସମର୍ଥନରେ ରାୟ ପ୍ରଦାନ କରିଥିଲେ । ମାତ୍ର ଏହାପରେ ବି ସେହି ଗାଁର ସରପଞ୍ଚ ଏବଂ ନାଏବ ସରପଞ୍ଚ ସେହି ଜମି ହଡପ କରିବା ପାଇଁ ଚେଷ୍ଟା କରୁଥିବା ଏମାନେ ଅଭିଯୋଗ କରିଥିଲେ । ସରପଞ୍ଚ ଏବଂ ନାଏବ ସରପଞ୍ଚର ଅତ୍ୟାଚାର ସହି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଜଣେ ବିଲ୍ଡରଙ୍କ ଠାରୁ ୨ କୋଟି ଲାଞ୍ଚ ମାଗିବା ସହ ମାମଲାକୁ ରଫାଦଫା କରିବା ପାଇଁ ଏହି ତହସିଲଦାର ଚେଷ୍ଟା କରିଥିଲେ । ବିଲ୍ଡର ସଂସ୍ଥାର ୨ ଜଣ କର୍ମଚାରୀ ଅଞ୍ଜି ରେଡ୍ଡୀ ଏବଂ ଶ୍ରୀନାଥ ରେଡ୍ଡୀ ଟଙ୍କା ନେଇ ତହସିଲ ଦାରକୁ ଦେବା ପାଇଁ ଯାଇଥିବା ବେଳେ ଆଣ୍ଟି କରପସନ୍ ବ୍ୟୁରର ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି ।
ନାଗରାଜଙ୍କ ଘରୁ ୨୮ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହା ସହ ପ୍ରଚୁର ସୁନା ଜବତ କରାଯାଇଛି