IBN ଓଡ଼ିଶା ବ୍ୟୁରୋଦେଶ

ନେପାଳ ରେ ଭୂକମ୍ପ ଅନୁଭୂତ

 

IBN ଓଡିଶା (ବ୍ୟୁରୋ):-ସୌରାଷ୍ଟ୍ର/କାଠମାଣ୍ଡୁ : ସ୍ୱାଧୀନତା ଦିବସରେ ଭାରତ ସମେତ ଥରିଛି ନେପାଳ। ଭାରତର ପଶ୍ଚିମ ଉପକୂଳ ଗୁଜରାଟର ସୌରାଷ୍ଚ୍ରରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ପୂର୍ବ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଏହି କମ୍ପନର ତୀବ୍ରତା ୪.୨ ମପାଯାଇଛି। ଅପରାହ୍ନ ପ୍ରାୟ ୪ଟା ୬ ମିନିଟରେ ସଂଖୁବାସଭା ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

ନେପାଳ ଭୂମିକମ୍ପର ପ୍ରାୟ ଘଣ୍ଟାକ ପରେ ଅର୍ଥାତ ୫ଟା ୭ ମିନିଟରେ ଭାରତର ପଶ୍ଚିମ ଉପକୂଳ ସୌରାଷ୍ଟ୍ରର ଜାମନଗର ଲାଲପୁର ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଲାଲପୁର ଠାରୁ ୨୯ କିଲୋମିଟର ଦୂର ଉତ୍ତର-ପୂର୍ବରେ ଥିଲା ବୋଲି ଆଇଏସଆରଙ୍କ ସୂଚନାରୁ ଜଣାପଡିଛି। ଭୂ-ପୃଷ୍ଠରୁ ପ୍ରାୟ ସାଢେ ୪ କିଲୋମିଟର ତଳେ ଭୂମିକମ୍ପ ସୃଷ୍ଟି ହୋଇଥିଲା।

ତେବେ ପୂର୍ବ ନେପାଳ ଭୂମିକମ୍ପର କେନ୍ଦ୍ର ସ୍ଥଳ ରାଜଧାନୀ କାଠମାଣ୍ଡୁଠାରୁ ୩୦୦ କିଲୋମିଟର ଦୂର ସେହି ସଂଖୁବାସଭା ଜିଲ୍ଲାରେ ଥିବା ବେଳେ କମ୍ପନ କିନ୍ତୁ ରାଜଧାନୀ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ତେବେ ଭାରତ ଅଥବା ନେପାଳ କୌଣସି ଠାରେ ଭୂମିକମ୍ପ ଯୋଗୁ ସେଭଳି କୌଣସି ବଡ ଧରଣର କ୍ଷୟକ୍ଷତି ସୂଚନା ମିଳି ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button