IBN ଓଡ଼ିଶା ବ୍ୟୁରୋ
ପାକିସ୍ତାନ ଯିବେ ଏସ୍. ଜୟଶଙ୍କର, SCO ଶିଖର ସମ୍ମିଳନୀରେ ଦେବେ ଯୋଗ
ନୂଆଦିଲ୍ଲୀ: ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସାଙ୍ଘାଇ ସମନ୍ବୟ ସଂଗଠନ ବୈଠକରେ ଯୋଗ ଦେବା ଲାଗି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତା ୧୫ ଓ ୧୬ ତାରିଖରେ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ପାକିସ୍ତାନ ଅଧ୍ୟକ୍ଷତାରେ ଏସସିଓ ବୈଠକ ହେବ। ଭାରତକୁ ବୈଠକରେ ଯୋଗ ଦେବା ଲାଗି ପାକିସ୍ତାନ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛି।
ଏସସିଓ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଏହି ବୈଠକରେ ଯୋଗ ଦେବାକୁ ଥିବାବେଳେ ଭାରତ ନିଜର ପ୍ରତିନିଧି ଭାବେ ଜୟଶଙ୍କରଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସହିତ ତିକ୍ତ ସମ୍ପର୍କ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି।