IBN ଓଡ଼ିଶା ବ୍ୟୁରୋ

ଅତ୍ୟଧିକ ଅଣ୍ଟା ବିନ୍ଧା (Back Pain) ହେଲେ କଣ କରିବେ ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଅଣ୍ଟା ବିନ୍ଧା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଣ୍ଟାରେ ପ୍ରଥମେ ଆମର ଚର୍ମ ଅଛି ତା ପରେ ଆମର ମାଂସ ପେଶୀ ଅଛି ଓ ତା ପରେ ମେରୁଦଣ୍ଡ ହାଡ ଅଛି । ଏହି ମେରୁଦଣ୍ଡ ହାଡ ଗୁଡିକ ମଧ୍ୟରେ ବିଭିନ୍ନ ଡିସ୍କ ଅଛି । ବନ୍ଧୁଗଣ ଅଣ୍ଟା ବିନ୍ଧାର ଅନେକ କାରଣ ରହିଛି । ହେଲେ ୯୦ ପ୍ରତିଶତ ଲୋକଙ୍କୁ ମାଂସ ପେଶୀ ପାଇଁ ଅଣ୍ଟା ବିନ୍ଧା ହୋଇଥାଏ । ଯେଉଁ ମାନେ ସାଧାରଣତଃ ଅଧିକ ସମୟ ପର୍ଯ୍ୟନ୍ତ ବସିକି କାମ କରୁଛନ୍ତି ତା ହେଲେ ଆପଣଙ୍କ ମାଂସ ପେଶୀ ଜନିତ ଅଣ୍ଟା ବିନ୍ଧା ହୋଇପାରେ ।

ତେବେ ଯଦି ଆପଣଙ୍କ ମାଂସ ପେଶୀ ଜନିତ ଅଣ୍ଟା ବିନ୍ଧା ସମସ୍ୟା ରହିଛି ତା ହେଲେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ପ୍ରତିଦିନ ସଖାଳ ସମୟରେ ଯୋଗ ଓ ବାୟମ ଆଦି କରିଲେ ଏହି ସମସ୍ୟାକୁ ଅତି ସହଜରେ ଦୂର କରେଇପାରିବେ । ଏହା ବ୍ଯତୀତ ଅନ୍ୟାନ୍ୟ ମଧ୍ୟ ଅନେକ କାରଣ ରହିଛି ଯେଉଁଥି ପାଇଁ ଅଣ୍ଟା ବିନ୍ଧା ସମସ୍ୟା ଦେଖା ଦେଇଥାଏ । ବୃଦ୍ଧ ମଣିଷ ମାନେ ଅଣ୍ଟା ବିନ୍ଧାର ସମ୍ମୁଖୀନ ହୋଇଥାନ୍ତି ଓ ଏହା ହେଉଛି ଏକ ସାଧାରଣ କଥା ।

ତେବେ ବୟସ ବୃଦ୍ଧି ହେବା ମାତ୍ରେ ମେରୁଦଣ୍ଡ ହାଡ ଦୁର୍ବଳ ହୋଇଥାଏ ଓ ଯଦି ବ୍ୟକ୍ତିଙ୍କର ଅନ୍ୟାନ୍ୟ କିଛି ରୋଗ ଥିବ ତା ହେଲେ ମଧ୍ୟ ଅଣ୍ଟା ବିନ୍ଧା ସମସ୍ୟା ଦେଖା ଦେଇଥାଏ ।  ଅନ୍ୟ ପକ୍ଷରେ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଅଣ୍ଟା ବିନ୍ଧା ସମସ୍ୟା ଦେଖା ଦେଇଥାଏ । ଯେତେବେଳେ ମହିଳା ଗର୍ଭଧରଣ କରନ୍ତି ସେତେବେଳେ ତାଙ୍କ ପେଟ ଓଜନ ଅଧିକ ହେତୁ ତାଙ୍କ ଅଣ୍ଟାର ମାଂସ ପେଶୀ ଉପରେ ଅଧିକ ପ୍ରଭାବ ପଡିଥାଏ ଯାହାଫଳରେ ସେମାନଙ୍କ ଅଣ୍ଟା ବିନ୍ଧା ହୋଇଥାଏ ।

ତେବେ ଏହି କ୍ଷେତ୍ରରେ ଆପଣ ମାନଙ୍କୁ କୌଣସି ମେଡ଼ିସିନ ସେବନ କରିବା ଦରକାର ନାହିଁ । ଅଳ୍ପ କିଛି ମସାଜରେ ଆପଣଙ୍କ ଅଣ୍ଟା ବିନ୍ଧା ଦୂର ହୋଇଯିବ । ଯଦି ଆପଣ ସକାଳେ ଉଠିବା ପରେ ଆପଣଙ୍କ ଅଣ୍ଟା ଅଧିକ ଯନ୍ତ୍ରଣା ହେଉଛି ଓ ଆପଣ କାମ କରିବା ପରେ ଆପଣଙ୍କ ଅଣ୍ଟା ଠିକ ହେଇଯାଉଛି ତା ହେଲେ ଆପଣଙ୍କୁ ଏହି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ତେବେ ଏହା ଛଡା ଏହି ଭଳି ରୋଗରୁ ମୁକ୍ତି ପାଇଁ ଆମକୁ ଓଜନ କମ କରିବା ପାଇଁ ପଡିବ ଓ ଆମର ଡାଏଟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ତାହା ବ୍ୟତୀତ ନିୟମିତ ଭାବରେ ଏକସେସାଇଜ କରିବା ଆବଶ୍ୟକ ହୋଇଥାଏ । ସକାଳେ ହେଉ ବା ସନ୍ଧ୍ୟାରେ କିଛି ସମୟ ୱାକ କରିବା ନିହାତି ଦରକାର ହୋଇଥାଏ । ଏହା ବ୍ୟତୀତ ଅଧିକ ସମୟ ବସି ରହିବା ମଧ୍ୟ ଉଚିତ ନୁହଁ ଓ ବେଶି ଦୂର ଜାଗାକୁ ବାଇକ ରେ ଡ୍ରାଇଭ କରିବା ଦ୍ୱାରା ଏହା ଆମର ମେରିଦଣ୍ଡ ରେ ପ୍ରଭାବ ପକାଇଥାଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button