IBN ଓଡ଼ିଶା ବ୍ୟୁରୋ

ଚୁଟିରେ ସପ୍ତାହରେ 2 ଥର ଏହାକୁ ଲଗାଇ ଦିଅନ୍ତୁ, ଚୁଟି ଏତେ ମୋଟା, ଲମ୍ବା ଓ ସୁନ୍ଦର ହୋଇଯିବ… ଆପଣ ଦେଖିକି ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଆଜିକାଲି ପୁଅ ହେଉ ଅବା ଝିଅ ଚୁଟି ଝଡିବା ଏକ କମନ ପ୍ରୋବ୍ଲେମ ହୋଇଗଲାଣି । ଘରେ ଘରେ ଲୋକଙ୍କର ଚୁଟି ଝଡିବା ଠାରୁ ଅନେକ କିଛି ହେୟାର ପ୍ରୋବ୍ଲେମ ଥିବାର ଶୁଣିବାକୁ ମିଳୁଛି । ଯାହା ଏକ ଚିନ୍ତାର ବିଷୟ ପାଲଟିଯାଇଛି । ତେବେ ଏଠାରେ ଏକ ଘରୋଇ ରେମିଡି ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ଆପଣ ଆପଣଙ୍କ ଚୁଟି ଝଡିବା କମାଇବା ପାଇଁ ନିଜ ଚୁଟିରେ ବ୍ୟବହାର କରିପାରିବେ । ଏଥିସହ ଏହି ଉପାୟ ଦ୍ଵାରା କେଶ ଘନ, ଲମ୍ବା, କଳା ଓ ସୁନ୍ଦର ମଧ୍ୟ ହୋଇଯିବ ।

ତେବେ ଚୁଟି ଝଡିବାର ଅନେକ କିଛି କାରଣ ରହିଛି । ବିଶେଷ କରି ଯଦି ଚୁଟିର ପ୍ରପର କେୟାର ନନିଆଯାଇଥାଏ । ତେବେ ଚୁଟି ଧୀରେ ଧୀରେ ଦୁର୍ବଳ ହୋଇ ଝଡିବାକୁ ଲାଗିଥାଏ । ତେବେ ଚୁଟି ଝଡିବା କମ କରିବା ପାଇଁ ଆପଣଙ୍କୁ ଏକ ଜବରଦସ୍ତ ଉପାୟ ବିଷୟ ବିଷୟରେ କହିବାକୁ ଯାଉଛୁ ।

ଏହି ଉପାୟ ପାଇଁ ଆପଣଙ୍କୁ ଏକ ପିଆଜର ଆବଶ୍ୟକତା ପଡିବ । ପିଆଜ କେଶ ପାଇଁ ବହୁତ ଭଲ ହୋଇଥାଏ । ପିଆଜରେ ଏପରି କିଛି ଉପାଦାନ ରହିଥାଏ । ଯାହା କେଶକୁ ସିଲକି, ସାଇନି କରିବା ସହ କେଶ ଝଡିବାକୁ ଦେଇନଥାଏ । ପ୍ରଥମେ ଏକ ପିଆଜ ନେଇ ତାହାର ଚୋପାକୁ ଛଡାଇ ପିଆଜକୁ ଟିକିଟିକି ଖଣ୍ଡରେ କାଟି ଦେଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ।

ତାପରେ ଏକ ଛଣା ସାହାଜ୍ଯରେ ଗ୍ରାଇଣ୍ଡିଙ୍ଗ ହୋଇଥିବା ପିଆଜରୁ ପିଆଜ ରସକୁ ଛାଣି ବାହାର କରିଦେବେ । ତାପରେ ଆପଣ 2 ଚାମଚ ପିଆଜ ରସ ସହ 2 ଚାମଚ ନଡିଆ ତେଲ ମିଶାଇ ଏକ ତେଲ ପ୍ରସ୍ତୁତ କରନ୍ତୁ । ତାପରେ ଆପଣ ନିଜ ଚୁଟିରେ ଭଲ ଭାବେ ଲଗାଇ ଦିଅନ୍ତୁ । ଚୁଟିର ମୂଳ ଠାରୁ ଆରମ୍ଭ କରିକି ଚୁଟିର ଅଗ ପର୍ଯ୍ୟନ୍ତ ଭଲ ଭାବେ ପିଆଜ ଓ ନଡିଆ ତେଲରୁ ଆପଣ ପ୍ରସ୍ତୁତ କରିଥିବା ତେଲକୁ ମସାଜ କରିକି ଲଗାନ୍ତୁ ।

ଆପଣ ଏହି ତେଲକୁ ଲଗାଇ ଓଭର ନାଇଟ ଅର୍ଥାତ ରାତି ସାରା ରଖିପାରିବେ । ସକାଳେ ନିଜର ଚୁଟି ସଫା କରିଦେବେ । ହେଲେ ଅନେକ ଲୋକଙ୍କୁ ପିଆଜର ସ୍ମେଲ ପସନ୍ଦ ଆସିନଥାଏ । ସେମାନେ ଚାହିଁଲେ ଚୁଟି ସଫା କରିବାର 1 ରୁ 2 ଘଣ୍ଟା ପୂର୍ବରୁ ଏହାକୁ ଚୁଟିରେ ଲଗାଇ ତାପରେ ନିଜର ଚୁଟି ସଫା କରିଦେବେ । ଏହି ରେମିଡିଟି ଆପଣଙ୍କ ଚୁଟି ପାଇଁ ବହୁତ ଭଲ ଇଫେକ୍ଟିଭ ହୋଇଥାଏ ।

ଏହା ଚୁଟିର ମୂଳରେ ଜମିରହିଥିବା ସବୁ ପ୍ରକାର ଇନଫେକସନକୁ ମଧ୍ୟ ଦୂର କରି ଚୁଟିର ମୂଳକୁ ପରିଷ୍କାର କରିଥାଏ । ଏଥିସହ ଏହା ଚୁଟି ଝଡିବା କମାଇବା ସହ ଚୁଟିକୁ ମୋଟା, ଘନ, ଲମ୍ବା ଓ କଳା ବନାଇବାରେ ବହୁତ ସାହାଜ୍ଯ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button