IBN ଓଡ଼ିଶା ବ୍ୟୁରୋ

ମାତ୍ରାଧିକ ଡ୍ରାଏ ଫ୍ରୁଟ୍ସ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ପୁଷ୍ଟିକର ଉପାଦନରେ ଭରପୂର ସମସ୍ତ ପ୍ରକାର ଡ୍ରାଏ ଫ୍ରୁଟ୍ସ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ପ୍ରତିଦିନ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ଯୁକ୍ତ କରିବା ପାଇଁ ପରାମର୍ଶ ଦିଅନ୍ତି। କିନ୍ତୁ ବେଳେ ବେଳେ ଏହି ଡ୍ରାଏ ଫ୍ରୁଟ୍ସ ଲାଭ ବଦଳରେ କ୍ଷତି ପହଞ୍ଚାଇପାରେ। କାରଣ ମାତ୍ରାଧିକ ଡ୍ରାଏ ଫ୍ରୁଟ୍ସ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଶରୀରରେ ଏହାର ପରିମାଣ ଅଧିକ ହେଲେ କି କି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ, ଜାଣନ୍ତୁ…

ଡ୍ରାଏ ଫ୍ରୁଟ୍ସର ଉପକାରୀ ଗୁଣ
ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବ ପୂରଣ ପାଇଁ ଡ୍ରାଏ ଫ୍ରୁଟ୍ସ ସେବନ କରାଯାଏ। ଏହା ଶରୀରକୁ ପୋଷଣ ଯୋଗାଇ ଥାଏ। ଏଥିରେ ଥିବା ପ୍ରୋଟିନ୍, ଓମେଗା-3 ଏବଂ ଆମିନୋ ଏସିଡ୍ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଆଲମଣ୍ଡ, କିସମିସ୍, ପିସ୍ତା, କାଜୁ, ଅଖରୁଟ୍ ଇତ୍ୟାଦି ଡ୍ରାଏ ଫ୍ରୁଟ୍ସ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି।

ଦିନକୁ କେତେ ପରିମାଣର ଡ୍ରାଏ ଫ୍ରୁଟ୍ସ ଖାଇବେ
ଯଦି ଡାଏଟରେ ଡ୍ରାଏ ଫ୍ରୁଟ୍ସ ଆଡ୍ କରିବାକୁ ଚାହୁଁଥାନ୍ତି, ତେବେ ମନେ ରଖନ୍ତୁ ଏହା 25ରୁ 50 ଗ୍ରାମ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ଦୈନିକ 50 ଗ୍ରାମରୁ ଅଧିକ ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ ନାହିଁ।

ମାତ୍ରାଧିକ ଡ୍ରାଏ ଫ୍ରୁଟ୍ସ ଖାଇଲେ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ
ଅତ୍ୟଧିକ ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଶରୀରରେ ଚର୍ବି ଜମା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଚର୍ବି ଜମା ହେବା ଫଳରେ ମେଦବହୁଳତା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଅଧିକ ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ପେଟ ଫୁଲା ଏବଂ ପେଟରେ ଯନ୍ତ୍ରଣା ହୋଇପାରେ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button