ନିଜ ସ୍ଵାମୀଙ୍କୁ ସ୍ତ୍ରୀ ମାନେ କୁହନ୍ତି ନାହିଁ ଏଭଳି କିଛି କଥା ! ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଣ ରହିଛି ସେହି ଅକୁହା କଥା…

ବନ୍ଧୁଗଣ ପ୍ରତ୍ଯେକଟି ବୈବାହିକ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କର ଭଲମନ୍ଦ ତଥା ସୁଖ ଓ ଦୁଃଖ କଥା ନିଜ ନିଜ ମଧ୍ୟରେ ଶେୟାର କରିବା ଉଚିତ । ଯାହା ଦ୍ଵାରା ଦାମ୍ପତ୍ୟ ଜୀବନ ବହୁତ ଭଲରେ ବିତିଥାଏ । ହେଲେ ବିବାହିତା ମହିଳା ମାନେ ନିଜର ଏଭଳି କିଛି 4 ତି କଥାକୁ କାହାକୁ କହିବାକୁ ଜମାରୁ ବି ପସନ୍ଦ କରିନଥାନ୍ତି । ଏପରିକି ମହିଳା ମାନେ ନିଜର ଏହି 4 ତି ସିକ୍ରେଟ କଥା ନିଜ ସ୍ଵାମୀଙ୍କୁ ମଧ୍ୟ ନକହି ତାଙ୍କ ଠାରୁ ଲୁଚାଇ ରଖିଥାନ୍ତି । ତେବେ କଣ ସେହି କଥା ଯେଉଁ କଥା ମହିଳା ମାନେ ନିଜ ସ୍ଵାମୀ ଠାରୁ ଲୁଚେଇ ରଖିଥାନ୍ତି, ଚାଲନ୍ତୁ ଜାଣିବା ।
1- ପୁରୁଷଙ୍କ ପରି ମହିଳାଙ୍କ ଜୀବନରେ ନିଜର ବାହାଘର ପୂର୍ବରୁ କେହି ନା କେହି ଜଣେ ସ୍ପେଶାଲ ପର୍ଶନ ଆସିଥାନ୍ତି । ଯାହାଙ୍କ ସହ ତାଙ୍କର ପ୍ରେମ ହୋଇଯାଇଥାଏ । ହେଲେ ନିଜର ବାହାଘର ପରେ ନିଜର ପ୍ରଥମ ବା ପୁରୁଣା ପ୍ରେମକୁ ମହିଳା ମାନେ ନିଜ ସ୍ଵାମୀଙ୍କୁ କହିବାକୁ ଉଚିତ ମନେ କରନ୍ତି ନାହିଁ । କାରଣ ମହିଳା ମାନେ ଭାବନ୍ତି । ଯେ ଏହି କଥା ସେ ଯଦି ନିଜ ସ୍ଵାମୀଙ୍କ ସହ ଶେୟାର କରିବେ । ତେବେ ସେମାନଙ୍କ ଦାମ୍ପତ୍ୟ ଜୀବନରେ କିଛି ବାଧା ଆସିପାରେ ।
2- ମହିଳାଙ୍କ ପାଖରେ ଥିବା କିଛି ସଞ୍ଚିତ ଟଙ୍କା ବିଷୟରେ ସେମାନେ କାହାକୁ କହିନଥାନ୍ତି । ହେଲେ ଯେତେବେଳେ କିଛି ଦରକାର ପଡିଥାଏ, ସେତେବେଳେ ସେ ନିଜର ସ୍ଵାମୀଙ୍କୁ ସେହି ପଇସା ଦେଇଥାନ୍ତି । ଯାହାକି ସେହି ସମୟର ଆବଶ୍ୟକତାକୁ ପୂରଣ କରିବ ।
3- ସମସ୍ତଙ୍କ ମନରେ କିଛି ନ କିଛି କଥା ରହିଥାଏ । ସମସ୍ତଙ୍କର ନିଜସ୍ୱ କିଛି ମତ ମଧ୍ୟ ରହିଥାଏ । ହେଲେ ସବୁବେଳେ ସ୍ଵାମୀଙ୍କ ମତ ସହ ସ୍ତ୍ରୀ ର ମତ ସମାନ ହୋଇନଥାଏ । ତେଣୁ ଏଭଳି ସ୍ଥିତିରେ ମହିଳା ମାନେ ଅଯଥା ମନୋମନାନ୍ତର ନହେବା ପାଇଁ ନିଜର ମନର କଥାକୁ ସ୍ଵାମୀଙ୍କୁ ନଜଣାଇ ନିଜ ମଧ୍ୟରେ ରଖି ଦେଇଥାନ୍ତି ।
4- ମହିଳା ମାନେ ନିଜର ସ୍ଵାସ୍ଥଗତ ସମସ୍ଯା ବିଷୟରେ ସବୁବେଳେ ନିଜ ସ୍ଵାମୀଙ୍କୁ କହିବାକୁ ଉଚିତ ମଧ୍ୟ କରିନଥାନ୍ତି । କାରଣ ସେମାନେ ଭାବନ୍ତି । ଯେ ନିଜର ନିଜର ଛୋଟ ଛୋଟ ସ୍ଵାସ୍ଥ ସମସ୍ଯା ବିଷୟରେ ସ୍ଵାମୀଙ୍କୁ ଜଣାଇ ତାଙ୍କୁ ଅଯଥା ଚିନ୍ତିତ କରିବା ଉଚିତ ହେବ ନାହିଁ ।
ତେବେ ଏହିଭଳି କିଛି କିଛି କଥା ମହିଳା ମାନେ ନିଜର ସ୍ଵାମୀଙ୍କୁ ନଜଣାଇ ନିଜ ମଧ୍ୟରେ ଲୁଚାଇ ରଖିଦେଇଥାନ୍ତି ।