IBN ଓଡ଼ିଶା ବ୍ୟୁରୋ

କାହିଁକି ହୁଏ ବ୍ରେନ ଟ୍ୟୁମର ? ଜାଣନ୍ତୁ କାରଣ ଓ ଲକ୍ଷଣ

ବିଭିନ୍ନ ବିପଜ୍ଜନକ ରୋଗ ମଧ୍ୟରୁ ମସ୍ତିଷ୍କ ଟ୍ୟୁମର ଅନ୍ୟତମ। ଏହି ରୋଗ ହେଲେ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସମସ୍ତ ମସ୍ତିଷ୍କ ଟ୍ୟୁମର କର୍କଟ ନୁହେଁ। ତଥାପି, ଅଧିକାଂଶ ସମୟରେ ଟ୍ୟୁମରରୁ କର୍କଟ ହେବାର ଦେଖାଯାଏ। ଏହି କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଯାଇପାରେ, ଯେପରିକି କହିବା ଓ ଶୁଣିବାରେ ଅସୁବିଧା ଏବଂ ପକ୍ଷାଘାତ ଇତ୍ୟାଦି। ତେବେ ମସ୍ତିଷ୍କ ଟ୍ୟୁମିର କାହିଁକି ହୁଏ ଏବଂ ଏହାର ଲକ୍ଷଣ କଣ, ଜାଣନ୍ତୁ ଏହି ଆଲେଖ୍ୟରୁ…

ମସ୍ତିଷ୍କ ଟ୍ୟୁମର ଲକ୍ଷଣ
ଡାକ୍ତରଙ୍କ କହିବା ଅନୁସାରେ, କିଛି ଲୋକଙ୍କର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ କେତେକ ଲକ୍ଷଣ ରହିଛି, ଯାହାକୁ ଆମେ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି। ସେଥି ମଧ୍ୟରୁ ମୁଣ୍ଡ ବୁଲାଇବା, ଥକ୍କା, ବାନ୍ତି ହେବା କିମ୍ବା ବାନ୍ତି ଲାଗିବା, ଶୁଣିବା ଏବଂ କଥା କହିବାରେ ସମସ୍ୟା, ହାତ ଏବଂ ପାଦର ଅସ୍ଥିରତା, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଇତ୍ୟାଦି ଏହି ରୋଗର ଲକ୍ଷଣ ହୋଇପାରେ। ଯଦି ଏହି ସମସ୍ୟା ନିୟମିତ ଭାବେ ଦେଖା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତି।

ମୋବାଇଲର ନିରନ୍ତର ବ୍ୟବହାର 
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମୋବାଇଲ୍ ଫୋନ୍ ବ୍ୟବହାର ସହ ମସ୍ତିଷ୍କ ଟ୍ୟୁମରର ଲିଙ୍କ୍ ରହିଛି। ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ମୋବାଇଲ୍ ଫୋନ୍ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ ନିର୍ଗତ କରେ, ଯାହା ମଣିଷ ପାଇଁ କର୍ସିନୋଜେନିକ୍ ହୋଇଥାଏ, ଅର୍ଥାତ୍ ଏହା କର୍କଟ ରୋଗ ସୃଷ୍ଟି କରିଥାଏ। ଏଥିପାଇଁ ବିଶେଷଜ୍ଞମାନେ ହେଡଫୋନ୍ କିମ୍ବା ସ୍ପିକରରେ କଥା ହେବାକୁ ପରାମର୍ଶ ଦିଅନ୍ତି ଏବଂ ଯଥା ସମ୍ଭବ ମୋବାଇଲ ଫୋନରୁ ଦୂରେଇ ରହିବାକୁ କୁହନ୍ତି।

ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା 
ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ରସାୟନ ବା ଯୌଗିକ ପଦାର୍ଥ ସଂସ୍ପର୍ଶରେ ଆସିବା ଫଳରେ ବ୍ରେନ୍ ଟ୍ୟୁମର ହେବାର ଆଶଙ୍କା ଥାଏ।

ଉଚ୍ଚ ସନ୍ତୁଳିତ ଚର୍ବିଯୁକ୍ତ ଖାଦ୍ୟ ସେବନ 
ଅଧିକ ପରିମାଣର ଚର୍ବିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମସ୍ତିଷ୍କ ଟ୍ୟୁମର ହେବାର ଆଶଙ୍କା ବଢିପାରେ। ଅନେକ ଅଧ୍ୟୟନ ଅନୁଯାୟୀ, ଖରାପ ଖାଦ୍ୟ ବ୍ୟତୀତ, ଧୂମପାନ କିମ୍ବା ବ୍ୟାୟାମ ନକରିବା ଫଳରେ ମସ୍ତିଷ୍କ ଟ୍ୟୁମର ହୋଇପାରେ।

ହରମନ୍ ଅସନ୍ତୁଳନ 
ଡାକ୍ତରମାନେ କହନ୍ତି ଯେ, ମସ୍ତିଷ୍କ ଟ୍ୟୁମରର ବିକାଶରେ ହରମନ ଅସନ୍ତୁଳନ ମଧ୍ୟ ଏକ ପ୍ରମୁଖ କାରଣ ହୋଇପାରେ। ଦୀର୍ଘ ଦିନ ଧରି ହରମନ୍ ରିପ୍ଲେସମେଣ୍ଟ ଥେରାପି ନେଉଥିବା ମହିଳାମାନଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ।

 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button