IBN ଓଡ଼ିଶା ବ୍ୟୁରୋ

କାହିଁକି କମ୍ ବୟସରୁ ଦୁର୍ବଳ ହୋଇଯାଉଛି ହାଡ ? ଜାଣନ୍ତୁ କାରଣ ଓ ନିରାକରଣ

ଶରୀରକୁ ମଜବୁତ ରଖେ ଅସ୍ଥି ବା ହାଡ। ସେଥିପାଇଁ ଅସ୍ଥି ସ୍ୱାସ୍ଥ୍ୟର ଯତ୍ନ ନିହାତି ଆବଶ୍ୟକ। କିନ୍ତୁ ବର୍ତ୍ତମାନର ଜୀବନଶୈଳୀ ଯୁବାବସ୍ଥାରୁ ହାଡକୁ ଦୁର୍ବଳ କରିଦେଉଛି। କମ୍ ବୟସର ପିଲାମାନେ ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅସନ୍ତୁଳିତ ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପ ହ୍ରାସ ଏହାର ମୁଖ୍ୟ କାରଣ ପାଲଟିଛି।

ଏହି କାରଣରୁ ବର୍ତ୍ତମାନ ସମୟରେ 35 ବର୍ଷରୁ କମ୍ ବୟସର ଲୋକ ଅସ୍ଥିଜନିତ ସମସ୍ୟା, ଅଷ୍ଟିଓପୋରୋସିସ୍ ରୋଗର ଶିକାର ହେଉଛନ୍ତି। ତେବେ ହାଡ କାହିଁକି ଦୁର୍ବଳ ହୁଏ, ଦୁର୍ବଳ ହେବାର ଲକ୍ଷଣ କ’ଣ ଏବଂ ହାଡକୁ ମଜବୁତ କରିବା ପାଇଁ କଣ କରିବା ଉଚିତ୍, ଜାଣନ୍ତୁ…

ହାଡ ଦୁର୍ବଳ ହେବାର କାରଣ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟ ଏବଂ ବ୍ୟାୟାମର ଅଭାବ ହାଡ ଦୁର୍ବଳ ହେବାର ମୁଖ୍ୟ କାରଣ। ଏହା ବ୍ୟତୀତ ଅଳ୍ପ ବୟସରେ ଆଘାତ, ରକ୍ତ ଏବଂ କ୍ୟାଲସିୟମର ଅଭାବ, ସୂର୍ଯ୍ୟ କିରଣ ସଂସ୍ପର୍ଶରେ କମ୍ ଆସିବା ଏବଂ ଭୁଲ ଖାଦ୍ୟ ଯୋଗୁଁ ହାଡ ଦୁର୍ବଳ ହୋଇଯାଏ।

ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ। ମେନୋପଜ୍ କାରଣରୁ ଶରୀରରେ ଇଷ୍ଟ୍ରୋଜେନ୍ ଅଭାବରୁ ହାଡ ଦୁର୍ବଳ ହେବାକୁ ଲାଗେ।

କିପରି ନେବେ ଯତ୍ନ
ଅସ୍ଥି କାର୍ଯ୍ୟକୁ ଦୃଢ ରଖିବାକୁ ଚାହୁଁଥିଲେ, ପ୍ରଥମେ ଡାଏଟରେ କ୍ୟାଲସିୟମ ସମୃଦ୍ଧ ଖାଦ୍ୟ ଯୋଗ କରନ୍ତୁ। 20ରୁ 50 ବର୍ଷ ବୟସର ଲୋକମାନେ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ 1000 ଗ୍ରାମ କ୍ୟାଲସିୟମ ସମୃଦ୍ଧ ଖାଦ୍ୟ ଗ୍ରହଣ କରିବା ଉଚିତ୍। ଯେଉଁମାନଙ୍କର ପୂର୍ବରୁ ଅଷ୍ଟିଓପୋରୋସିସ୍ ଅଛି ସେମାନେ ପ୍ରତିଦିନ 1200 ଗ୍ରାମ କ୍ୟାଲସିୟମ ଗ୍ରହଣ କରିବା ଉଚିତ୍।

 

କେଉଁ ସବୁ ଖାଦ୍ୟରୁ କ୍ୟାଲସିୟମ ପାଇବେ
କ୍ୟାଲସିୟମ ସମୃଦ୍ଧ ଖାଦ୍ୟରେ କ୍ଷୀର, ବଟରମିଲ୍କ ଏବଂ ପନିର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସୋୟାବିନ୍, ବ୍ରୋକଲି ଏବଂ ଅଞ୍ଜୀରରେ ପ୍ରଚୁର ପରିମାଣର କ୍ୟାସିୟମ ମିଳିଥାଏ। ଅସ୍ଥି ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ ଡି ମଧ୍ୟ ଆବଶ୍ୟକ। ଭିଟାମିନ ଡି ଅଭାବକୁ ଦୂର କରିବା ପାଇଁ ସୂର୍ଯ୍ୟକିରଣ ନିହାତି ଆବଶ୍ୟକ। ଏଥିପାଇଁ ପ୍ରତ୍ୟେକ ଦିନ କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ। ସବୁଜ ପତ୍ରଯୁକ୍ତ ପନିପରିବା ସହ ଏକ ସନ୍ତୁଳିତ ଖାଦ୍ୟ ବଜାୟ ରଖିପାରିଲେ ଅସ୍ଥି ସ୍ୱାସ୍ଥ୍ୟ ମଜବୁତ ରହିବ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button