IBN ଓଡ଼ିଶା ବ୍ୟୁରୋ

ସ୍ଵାମୀଙ୍କ ସହ ଭୋଜନ କରୁଥିଲେ, ନିହାତି ଭାବେ ଏହି କଥାକୁ ଜାଣି ରଖନ୍ତୁ… ଭୋଜନ କରିବାର ବିଶେଷ ନିୟମ ଜାଣନ୍ତୁ

ବନ୍ଧୁଗଣ ଆମେ ସମସ୍ତେ ପ୍ରତିଦିନ ଭୋଜନ କରିଥାଉ । ତେବେ ଭୋଜନ କରିବା ସମୟରେ ଆମ ମାନଙ୍କର କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେଇ ମଧ୍ୟ ଭୋଜନ କରିବା ଉଚିତ । କାରଣ ଶାସ୍ତ୍ର ନିୟମ ପାଳନ କରି ଭୋଜନ କରୁଥିବା ବ୍ୟକ୍ତି ଆରୋଗ୍ଯ ରହିବା ସହ ନିଜ ଜୀବନରେ ସୁଖ, ସମୃଦ୍ଧି ତଥା ଐଶ୍ଚର୍ଜ୍ୟ ଭୋଗ କରିଥାଏ । ଯେଉଁ ବ୍ୟକ୍ତି ଭୋଜନ ସମୟରେ ପାଳନ କରିବାକୁ ଥିବା ନିୟମର ଅବମାନନା କରିଥାଏ । ସେହି ବ୍ୟକ୍ତି ଜୀବନରେ ଅନେକ ଦୁଃଖ, କଷ୍ଟ ଆସିଥାଏ । ତେଣୁ ଭୋଜନ ସମୟରେ କେଉଁ ସବୁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ, ଚାଲନ୍ତୁ ତାହା ଆଲୋଚନା କରିବା ।

1- ଭୋଜନ ପୂର୍ବରୁ ହାତ, ଗୋଡ ମୁହଁ ଭଲରେ ଧୋଇ ଭୋଜନ ସେବନ କରିବା ଉଚିତ । ତାହାପରେ ଅର୍ଣ୍ଣପ୍ରଦାନ କରୁଥିବା ଦେବୀଙ୍କୁ ପ୍ରଣାମ କରି ପରିବାରର ସବୁ ସଦସ୍ୟ ଏକାଠି ହୋଇ ନିଜ ନିଜର ଭୋଜନ ଗ୍ରହଣ କରିବା ଉଚିତ । 2- ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରିଥାଏ । ସେ ଯୋଗୀ ହୋଇଥାଏ । ଯେଉଁ ବ୍ୟକ୍ତି 2 ଥର ଭୋଜନ କରିଥାଏ । ତାହାଙ୍କୁ ଭୋଗୀ ବୋଲି କୁହାଯାଇଥାଏ ।

3- ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଉଚିତ । କାରଣ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଦ୍ଵାରା ସେହି ଭୋଜନ ପ୍ରେତକୁ ପ୍ରାପ୍ତ ହୋଇଥାଏ । ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଦ୍ଵାରା ବ୍ୟକ୍ତି ଶରୀରରେ ରୋଗ, ବେମାରୀ ସୃଷ୍ଟି ହୋଇଥାଏ ।

4- ବେଡ୍ ଉପରେ ବସି କିମ୍ବା ଭାଙ୍ଗିଯାଇଥିବା ବାସନରେ ଭୋଜନ କରିବା ଅନୁଚିତ । ଯେଉଁ ସ୍ଥାନରେ କଳିଝଗଡା ହେଉଥିବ । ସେହି ସ୍ଥାନରେ ବସି ଭୋଜନ କରିବା ମଧ୍ୟ ଅନୁଚିତ ହୋଇଥାଏ । ବରଗଛ ଏବଂ ଓସ୍ତ ଗଛ ମୂଳରେ ବସି ଭୋଜନ କରିବା ଅନୁଚିତ । 5- ପରଷା ଯାଇଥିବା ଭୋଜନକୁ ନିନ୍ଦା କରିବା ଅନୁଚିତ । ଠିଆ ହୋଇ କିମ୍ବା ଜୋତାଚପଲ ଆଦି ମାଡି ଭୋଜନ ନକରି ବସି କରି ଭୋଜନ କରିବାକୁ ଶ୍ରେଷ୍ଠ ମନାଯାଇଥାଏ ।

6- ଅଧିକ ରାଗ, ଅଧିକ ମିଠା କି ଅନ୍ୟର ଅଇଁଠା ଭୋଜନ ସେବନ କରିବା ଅନୁଚିତ । ସଙ୍ଗେ ସଙ୍ଗେ ଭୋଜନ କରିକି ଉଠିଥିଲେ, ପୁଣି ଥରେ ଭୋଜନ କରିବା ଅନୁଚିତ । 7- କୌଣସି ପଶୁ ଛୁଇଁଥିବା ଭୋଜନକୁ ଗ୍ରହଣ କରିବା ଅନୁଚିତ । କଞ୍ଜୁସ କି ବେଶ୍ୟା ବୃତ୍ତି କରୁଥିବା ଲୋକଙ୍କ ଠାରୁ ଭୋଜନ ଗ୍ରହଣ କରନ୍ତୁ ନାହିଁ ।

8- ସ୍ଵାମୀ ଓ ସ୍ତ୍ରୀ ଗୋଟିଏ ଥାଳିରେ ବସି ଭୋଜନ କରିବା ଅନୁଚିତ । କାରଣ ଏହା ଦ୍ଵାରା ସେହି ଥାଳି ମାଦକ ପଦାର୍ଥରେ ଭରି ଯାଇଥାଏ । ତେଣୁ ସ୍ଵାମୀ ଭୋଜନ କରିସାରିବା ପରେ ସ୍ତ୍ରୀ ଭୋଜନ କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button