IBN ଓଡ଼ିଶା ବ୍ୟୁରୋ

ଜାତୀୟ ଭିତ୍ତିଭୂମି ପାଇପଲାଇନ ପ୍ରକଳ୍ପର ଘୋଷଣା କଲେ ମୋଦି, କହିଲେ ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ମେକ୍ ଫର୍ ୱାର୍ଲ୍ଡ’ ମନ୍ତ୍ର ସହିତ ଆଗକୁ ବଢିବାକୁ ପଡିବ

IBN ଓଡିଶା (ବ୍ୟୁରୋ):-ଦେଶ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମ ଅବସରରେ ସର୍ବାଙ୍ଗୀନ ଭିତ୍ତିଭୂମି ବିକାଶ ପାଇଁ ଜାତୀୟ ଭିତ୍ତିଭୂମି ପାଇପଲାଇନ ପ୍ରକଳ୍ପର ଘୋଷଣା କରିଛନ୍ତି। ମୋଦି କହିଛନ୍ତି ଯେ, ଏଥିପାଇଁ 100 ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେବ। 74ତମ ସ୍ଵାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ମୋଦି କହିଛନ୍ତି କି, ଭାରତକୁ ଆଧୁନିକତା ଆଡ଼କୁ ତୀବ୍ର ଗତିରେ ନେବା ପାଇଁ ଦେଶର ସର୍ବାଙ୍ଗୀନ ଭିତ୍ତିଭୂମି ବିକାଶକୁ ଏକ ନୂତନ ଦିଗ ଦେବା ନିହାତି ଜରୁରୀ।
ସେ ପୁଣି କହିଛନ୍ତି ଯେ, ଜାତୀୟ ଭିତ୍ତିଭୂମି ପାଇପଲାଇନ ପ୍ରକଳ୍ପ ମାଧ୍ୟମରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ପୂରଣ ହେବ। ଦେଶ ଏଥିପାଇଁ 100 ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ବିଭିନ୍ନ କ୍ଷେତ୍ରରେ ପ୍ରାୟ ସାତ ହଜାର ପ୍ରକଳ୍ପ ମଧ୍ୟ ଚିହ୍ନଟ କରାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ ଏହା ଏକ ନୂତନ ବିପ୍ଳବ ଭଳି ହେବ। ‘
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆତ୍ମନିର୍ଭର ଭାରତର ଅର୍ଥ କେବଳ ଆମଦାନୀ ହ୍ରାସ କରିବା ନୁହେଁ ବରଂ ଏହାର କ୍ଷମତା, ସୃଜନଶୀଳତା, ଦକ୍ଷତା ବୃଦ୍ଧି କରିବା। କିଛି ମାସ ପୂର୍ବରୁ, N-95 ମାସ୍କ, ପିପିଏ କିଟ୍ ଏବଂ ଭେଣ୍ଟିଲେଟର ସବୁ ବିଦେଶରୁ ଆମଦାନୀ ହେଉଥିଲା, କିନ୍ତୁ ଆଜି ଭାରତ କେବଳ ନିଜର ଆବଶ୍ୟକତା ପୂରଣ କରୁନାହିଁ ବରଂ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି।
ସେ କହିଛନ୍ତି ଯେ, ଗତ ବର୍ଷ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି। ଭାରତର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ 18 ପ୍ରତିଶତ ବୃଦ୍ଧି ପାଇଛି। ଆଜି ଦୁନିଆର ଅନେକ ବଡ କମ୍ପାନୀ ଭାରତ ଆଡକୁ ମୁହାଁଇଛନ୍ତି। ଆମକୁ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ମେକ୍ ଫର୍ ୱାର୍ଲ୍ଡ’ ମନ୍ତ୍ର ସହିତ ଆଗକୁ ବଢିବାକୁ ପଡିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଭୂତାଣୁ ମହାମାରୀ ମଧ୍ୟରେ ଭାରତୀୟମାନେ ଆତ୍ମନିର୍ଭରଶୀଳ ହେବାକୁ ସ୍ଥିର କରିଛନ୍ତି ଏବଂ ଏହା କେବଳ ଏକ ଶବ୍ଦ ନୁହେଁ ବରଂ ସମସ୍ତ ଲୋକଙ୍କ ପାଇଁ ଏକ ମନ୍ତ୍ର। ଭାରତ କେତେ ଦିନ ପର୍ଯ୍ୟନ୍ତ କଞ୍ଚାମାଲ ରପ୍ତାନି କରିବ ଏବଂ ପ୍ରସ୍ତୁତ ସାମଗ୍ରୀ ଆମଦାନୀ କରିବ, ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ। ବିଶ୍ଵ ଅର୍ଥନୀତିରେ ଭାରତର ଅଂଶ ବୃଦ୍ଧି ହେବା ଉଚିତ ଏବଂ ଏଥିପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ%

Related Articles

Back to top button