IBN ଓଡ଼ିଶା ବ୍ୟୁରୋରାଜ୍ୟ

ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ନବୀନ, କହିଲେ କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଖରେ ଓଡ଼ିଆ ଜାତି ଋଣୀ

IBNଓଡିଶା(ବ୍ୟୁରୋ):-ରାଜ୍ୟ-କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳନ ହୋଇଛି। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେଠାରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଭି କେ ପାଣ୍ଡିଆନ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉତ୍ସବ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ କୋଭିଡ ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇଛନ୍ତି । ନବୀନ ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଛନ୍ତି । ସେ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇଛି। ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ହୋଇଛି। ଅର୍ଥାଭାବରୁ କରୋନା ଚିକିତ୍ସାରୁ କେହି ବଞ୍ଚିତ ହେବେ ନାହିଁ।କରୋନା ଲଢେଇରେ ଆଗଧାଡିରେ ଯୋଦ୍ଧାମାନଙ୍କ କାର୍ଯ୍ୟ ଅତୁଳନୀୟ। କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଖରେ ଓଡ଼ିଆ ଜାତି ଋଣୀ।ସେମାନଙ୍କ ପାଇଁ ଆମ ଦେଶରେ ମୃତ୍ୟୁ ହାର କମ୍‌ ରହିଛି। କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି କରୋନା। ଶିକ୍ଷା,ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ସେବା ପ୍ରଭାବିତ, ବିଶ୍ୱର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇଛନ୍ତି।
କରୋନାକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ କଟକଣା ଭିତରେ ପାଳିତ ହେଉଛି। ଏଥର ସ୍ୱାଧୀନତା ଦିବସ ପାଳନ କରିବାକୁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ପରେଡ୍ ସ୍ଥଳକୁ ବିଶୋଧନ କରାଯିବା ସହ କାର୍ବୋଲିକ୍ ଏସିଡ୍ ସିଞ୍ଚନ କରାଯାଇଛି । ଏବର୍ଷ ପରେଡରେ ୪ଟି କଣ୍ଟିଜେଣ୍ଟ SSB, ଓଡ୍ରାଫ୍, OSAP ଏବଂ ସପ୍ତମ ବାଟାଲିଆନ୍ ଅଂଶଗ୍ରହଣ କରିଛନ୍ତି । ପରେଡ ସ୍ଥଳରେ ଆମନ୍ତ୍ରିତ ଅତିଥି ଓ କୋଭିଡ ଯୋଦ୍ଧା ଉପସ୍ଥିତ ରହିଥିଲେ। ତେବେ ଜନସାଧାରଣଙ୍କୁ ପରେଡ ସ୍ଥଳକୁ ଯିବାକୁ ଅନୁମତି ମିଳିନ ଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button