IBN ଓଡ଼ିଶା ବ୍ୟୁରୋ

‘ବିବାହ ପ୍ରସ୍ତାବ ବେଳେ ସିକିଲ୍‌ ସେଲ୍‌ କାର୍ଡ ମ୍ୟାଚ କରାଯିବ’

୨୦୪୭ ସୁଦ୍ଧା ଦେଶରୁ ସିକିଲ୍‌ ସେଲ୍‌ ରୋଗ ମୂଳୋତ୍ପାଟନ ହେବ। ସେଥିପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରାଯାଇଛି। ୨୫ ବର୍ଷ ବୟସ ଯାଏଁ ସମସ୍ତଙ୍କର ହେବ ସିକିଲ ସେଲ ପରୀକ୍ଷା। ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଜାରି ହେବ ସିକିଲ ସେଲ କାର୍ଡ। ବିବାହ ପ୍ରସ୍ତାବ ବେଳେ ସିକିଲ୍‌ ସେଲ୍‌ କାର୍ଡ ମ୍ୟାଚ କରାଯିବାକୁ ପରାମର୍ଶ ଦିଆଯିବ। ଯେଉଁମାନଙ୍କର ସିକିଲ୍‌ ସେଲ ଥିବ, ସେମାନଙ୍କୁ ଅନ୍ୟ ସିକିଲ୍‌ ସେଲ ପଜିଟିଭ ଥିବା ବ୍ୟକ୍ତିଙ୍କୁ ବିବାହ ନକରିବାକୁ କୁହାଯିବ। ଫଳରେ ପରବର୍ତ୍ତୀ ପୀଢ଼ିଙ୍କୁ ସିକିଲ ସେଲ୍‌ ମୁକ୍ତ ରଖାଯାଇପାରିବ। ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳର ୨୦ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଲାଗି କେନ୍ଦ୍ର ସୁପାରିଶ କରିଥିବା ବେଳେ ରାଜ୍ୟରେ ଏହାକୁ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ଟେଷ୍ଟିଂ କିଟ୍‌ ଓ କାର୍ଡ କିଣା ପାଇଁ ଟେଣ୍ଡର ସରିଛି। ଟେଷ୍ଟିଂ କିଟ୍‌ ଓ କାର୍ଡ ଆସିବା ପରେ ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ, କଲେଜରେ କ୍ୟାମ୍ପ କରି କରାଯିବ ସିକିଲ ସେଲ ପରୀକ୍ଷା। ଚଳିତ ବର୍ଷ ରାଜ୍ୟରେ ୧୫ରୁ ୨୦ ଲକ୍ଷ ଲୋକଙ୍କର ସିକିଲ ସେଲ୍‌ ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଡାକ୍ତର ମିଶ୍ର କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button