IBN ଓଡ଼ିଶା ବ୍ୟୁରୋ

ସାବଧାନ ! ଏହି ସବୁ କାରଣରୁ ହ୍ରାସ ପାଏ ସ୍ମୃତିଶକ୍ତି

କେଉଁଠି କେଉଁ ଜିନିଷ ରଖୁଛନ୍ତି ଭୁଲି ଯାଉଛନ୍ତି କି, ଛୋଟ ଛୋଟ କଥା ମନେ ରଖିବା ବି କଷ୍ଟକର ହୋଇ ପଡୁଥିଲେ ସତର୍କ ହୋଇଯାଆନ୍ତୁ। କାରଣ ଏହା ସ୍ମୃତିଶକ୍ତି ହ୍ରାସର ପ୍ରାରମ୍ଭିକ ପର୍ଯ୍ୟାୟ ହୋଇପାରେ। ଯଦିଓ ବୃଦ୍ଧାବସ୍ଥାରେ ଭୁଲାଗୁଣ ବା ସ୍ମୃତିଶକ୍ତି ହ୍ରାସ ସାଧାରଣ କଥା, କିନ୍ତୁ ଆଜିକାଲି ଯୁବପିଢିମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ଏପରି ସମସ୍ୟା ଥିଲେ ଆଦୌ ଅଣଦେଖା କରନ୍ତୁ ନାହିଁ। ତେବେ କେଉଁ କାରଣରୁ ସ୍ମୃତିଶକ୍ତି ହ୍ରାସପାଏ, ଜାଣନ୍ତୁ…
ନିଦ୍ରା ଅଭାବ

ଯଦି ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ଶୁଅନ୍ତି ନାହିଁ, ତେବେ ତାଙ୍କର ସ୍ମୃତିଶକ୍ତି ହ୍ରାସ ପାଇବ। ଆଜ୍ଞା ହଁ, ଶୋଇବା ଅଭାବରୁ ଲୋକମାନେ ପ୍ରାୟତଃ ଭୁଲିବା ଆରମ୍ଭ କରନ୍ତି। ସୁନିଦ୍ରା ମସ୍ତିଷ୍କ କୋଷକୁ ସୁସ୍ଥ ରଖିଥାଏ। ଯଦି ମସ୍ତିଷ୍କ କୋଷ ସୁସ୍ଥ ରହେ ତେବେ ସ୍ମରଣ ଶକ୍ତିରେ ଉନ୍ନତି ଆସେ। ନିଦ୍ରା ଅଭାବ କାରଣରୁ ମନ ଚଞ୍ଚଳ ହୋଇଯାଏ, ଫଳରେ ସ୍ମରଣ ଶକ୍ତି ହ୍ରାସପାଏ।

ଧୂମପାନ

ଯଦି ଧୂମପାନ କରନ୍ତି, ତେବେ ସ୍ମୃତିଶକ୍ତି ହ୍ରାସର ସମ୍ମୁଖୀନ ହୋଇପାରନ୍ତି। କ୍ରମାଗତ ଧୂମପାନ ମସ୍ତିଷ୍କର ସ୍ମୃତିଶକ୍ତି ସହ ଜଡିତ କୋଷକୁ ସଙ୍କୁଚିତ କରେ। ଏହି କାରଣରୁ, ଚିନ୍ତନ ଏବଂ ବୁଝିବା ସହିତ ମନେରଖିବାର ଶକ୍ତି ମଧ୍ୟ କମିଯାଏ। ଅଧିକ ଧୂମପାନ କାରଣରୁ ଜଟିଳ ଭୁଲା ରୋଗ ଡିମେନ୍ସିଆର ଆଶଙ୍କା ମଧ୍ୟ ବଢିଯାଏ।

ଅଧିକ ଔଷଧ ସେବନ

ଯଦି ଏକ ନିର୍ଦ୍ଦିଷ୍ଟ ରୋଗରେ ପୀଡିତ ହୋଇ କ୍ରମାଗତ ଭାବରେ ଔଷଧ ଖାଉଛନ୍ତି, ତେବେ ସ୍ମୃତିଶକ୍ତି ହ୍ରାସର ସମ୍ମୁଖୀନ ହୋଇପାରନ୍ତି। ଅନେକ ଔଷଧରେ ମସ୍ତିଷ୍କର କାର୍ଯ୍ୟକଳାପକୁ ପ୍ରଭାବିତ କରିବାର ଉପାଦାନ ଥାଏ।

ମଧୁମେହ ଥିଲେ ସ୍ମୃତିଶକ୍ତି ହ୍ରାସପାଏ

ମଧୁମେହ ରୋଗୀଙ୍କଠାରେ ଭୁଲାଗୁଣର ଅଧିକ ଶିକାର ହୋଇଥାନ୍ତି। ଯେତେବେଳେ ଶରୀରରେ ଅତ୍ୟଧିକ ରକ୍ତ ଶର୍କରା ଥାଏ, ଏହା ମସ୍ତିଷ୍କର ଛୋଟ ରକ୍ତବାହୀକୁ ପ୍ରଭାବିତ କରିଥାଏ ଏବଂ ଏହି କାରଣରୁ, ମସ୍ତିଷ୍କର କୋଷଗୁଡ଼ିକ ସ୍ମୃତିକୁ ସଂରକ୍ଷଣ କରିବାରେ ସକ୍ଷମ ହୁଏ ନାହିଁ। ଫଳରେ କେଉଁଠାରେ କେଉଁ ଜିନିଷ ରଖିଥାନ୍ତି ମନେ ପକାଇପାରନ୍ତିନି।

 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ। 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button