IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜ୍ୟ

ଅନଲାଇନ ରେ ଛାତ ଉପରେ ଓ ପାହାଡ଼ ରେ ପାଠପଢା ।

IBN ଓଡିଶା:-(REPORT BY-SANJAY PATTNAYAK):-କଟକ ଜିଲ୍ଲାର ନରସିଂହପୁରର ଉପକଣ୍ଠ ଅଞ୍ଚଳର ନୁହେଁ ଟାଉନୁ ରେ ମଧ୍ୟ୍ୟ ମୋବାଇଲି ସେବାରୁ ହଜାର ହଜାର ଲୋକ ମାନେ କେତେକ ସ୍ଥାନରେ ଆଜିବି ମୋବାଇଲ ନେଟୱାର୍କ ସେବା ଆଜି ବି ଅପହଞ୍ଚ ହୋଇ ରହିଛି, କୌଣସି ବଣଜଙ୍ଗଲ ନୁହେଁ ନରସିଂହପୁର ଉପକଣ୍ଠର ଏମିତି ଗାଁ ଅଛି ଯେଉଁଠି ଆଜିବି ଲୋକମାନେ ମୋବାଇଲ ନେଟୱାର୍କ ସେବା ପାଇଁ ଅନ୍ ଲାଇନ କ୍ଳାସ ପାଇଁ କାହା ଘର ଛାତକୁ ଗଲେଣି ତ କେଉଁଠି ଜଙ୍ଗଲ ପାହାଡ଼ ପାହାଡ଼ ପାଦଦେଶ ଅଞ୍ଚଳକୁ ଜୀବାକୁ ପଡ଼ୁଛି,ଆମେ ନରସିଂହପୁର ବ୍ଲକର ବଣ ଜଙ୍ଗଲ ଘେରା ଦେବଭୂଇଁ ଓ ଓଲବ ଅଞ୍ଚଳ କଥା କହୁନୁ ଏହେଉଛି ନରସିଂହପୁର ଉପକଣ୍ଠ ର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂର କାକୁଡ଼ିଆ ପଞ୍ଚାୟତ ଜଗନ୍ନାଥ ସାହି କଥା କହୁଛୁ ସ୍ୱାଧୀନତା ର 73 ବର୍ଷ ପରେ ମଧ୍ୟ କାକୁଡ଼ିଆ ର କେତେକ ଅଞ୍ଚଳକୁ ଆଜି ମଧ୍ୟ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି, ଯାହା ଫଳରେ ମୋବାଇଲ ନେଟୱାର୍କ ସେବା ନଥିବାରୁ ଛାତ୍ରଛାତ୍ରୀ ମାନେ ଅନ୍ ଲାଇନ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି, ଆଉ କିଛି ଜଣ ଅନ୍ ଲାଇନ ଶିକ୍ଷା ପାଇଁ ଜଙ୍ଗଲ ପାହାଡ଼ ପାଦଦେଶକୁ ଯାଉଥିବା ଦେଖିବାକୁ ମିଳିଛି,କରୋନା ସଂକ୍ରମଣ ସମୟରେ ସମସ୍ତ ପ୍ରକାର ସ୍କୁଲ କଲେଜ ବନ୍ଦ ଥିବାରୁ ଘରେ ରହି ପିଲା ପାଠ ପଢ଼ିବେ,ଶିକ୍ଷକ ମାନେ ଅନ୍ ଲାଇନ ମାଧ୍ୟମରେ ପାଠ ପଢ଼ାଇବେ ଛାତ୍ରଛାତ୍ରୀମାନେ ସ୍ମାର୍ଟ ଫୋନ ରେ ପାଠ ପଢ଼ିବେ ମାତ୍ର କିଛି ପିଲାଙ୍କ ପାଇଁ ହଜାର ହଜାର ଟଙ୍କା ଦେଇ ଦାମୀ ମୋବାଇଲ ବା ସ୍ମାର୍ଟ ଫୋନ କିଣିବା ସମ୍ଭବ ହେଉଥିବା ରୁ କିଛି ଛାତ୍ରଛାତ୍ରୀ ଅନ୍ ଲାଇନ ଶିକ୍ଷା ରୁ ବଞ୍ଚିତ ହେଉଥିବା ବେଳେ ଆଉ କିଛି ସାଙ୍ଗ ମାନଙ୍କ ମୋବାଇଲ ରେ ମିଶି ପାଠ ପଢୁଛନ୍ତି, ଆଉ କିଛି ଧାରା କରଜ କରି ମୋବାଇଲ କିଣି ପାଠ ପଢୁଛନ୍ତି, ଏବଂ ଆଉ କେତେକ ଙ୍କର ସ୍ମାର୍ଟ ଫୋନ ଅଛି କିନ୍ତୁ ନେଟୱାର୍କ ସେବା ନଥିବାରୁ ଅନ୍ ଲାଇନ ପାଠ ପଢ଼ା ରୁ ବଞ୍ଚିତ ହେଉଥିବା ବେଳେ ଆଉ କିଛି ଅନ୍ ଲାଇନ ପାଠ ବଢିବା ପାଇଁ କାହା ଘର ଛାତ ଉପରକୁ ଗଲେଣି ତ ଆଉ କିଛି ପାହାଡ଼ ଜଙ୍ଗଲ ଏବଂ ପଡ଼ିଆରେ ଖରାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି, କାକୁଡ଼ିଆ ଜଗନ୍ନାଥ ସାହିର ଉପର ସାହିକୁ ଆଦୌ କୌଣସି ନେଟୱାର୍କ ସେବା ଆସୁନଥିବାରୁ ସ୍କୁଲ ଓ କଲେଜରେ ପଢିଥିବା ପ୍ରାୟ 30 ଛାତ୍ର ଛାତ୍ରୀ ନିକଟସ୍ଥ ପାହାଡ଼ ଓ ଜଙ୍ଗଲ ନିକଟକୁ ଲାଗିଥିବା ଖେଳ ପଡ଼ିଆ ଏବଂ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରେ ବସି ପାଠ ପଢିଥିବା ଦେଖିବାକୁ ମିଳିଛି ପ୍ରାୟ 30 ଛାତ୍ରଛାତ୍ରୀ ଅନ୍ ଲାଇନ କ୍ଲାସ ପାଇଁ ଗାଁ ରେ ନେଟୱାର୍କ ସେବା ନଥିବାରୁ ଗ୍ରାମ ନିକଟରେ ଥିବା ପାହାଡ଼ ଜଙ୍ଗଲ ନିକଟକୁ ଲାଗିଥିବା ଜୈନେକ ବ୍ୟକ୍ତିଙ୍କ ଛାତ ଉପରେ ଏବଂ ଖେଳ ପଡ଼ିଆ କୁ ନେଟୱାର୍କ ସେବା ଆସୁଥିବାରୁ ସେଠାରେ ଯାଇ ଅନ୍ ଲାଇନ କ୍ଲାସ କରୁଛନ୍ତି, ବିଶେଷ କରି ଅନ୍ ଲାଇନ କ୍ଲାସ ସବୁ ଖରାବେଳେ ଥିବାରୁ ଇଚ୍ଛା ନଥିଲେ ମଧ୍ୟ ବାଧ୍ୟହୋଇ କିଛି ପିଲା ପାହାଡ଼ ଜଙ୍ଗଲ କୁ ଲାଗିଥିବା ଖେଳ ପଡ଼ିଆ ରେ ଯାଇ ଖରାରେ ଅନ୍ ଲାଇନ କ୍ଲାସ କରୁଛନ୍ତି, ଆଉ କିଛି ଇଚ୍ଛା ଥିଲେ ମଧ୍ୟ ଏହି ସମସ୍ୟା ପାଇଁ କ୍ଲାସ କରୁ ନାହାନ୍ତି, ଆଉ କିଛି ସାଙ୍ଗ ପିଲାଙ୍କ ମୋବାଇଲ ରେ ମିଶି କ୍ଲାସ କରୁଥିବା ବେଳେ ଆଉ କିଛି ପିଲା ଧାର କରଜ କରି ମୋବାଇଲ କିଣି ଅନ୍ ଲାଇନ କ୍ଲାସ କରୁଛନ୍ତି, ମାତ୍ର ନେଟୱାର୍କ ସେବା ନଥିବାରୁ ଏହେଉଛି ଆଜିର ଡିଜିଟାଲ ଇଣ୍ଡିଆର ବାସ୍ତଵଚିତ୍ର କାକୁଡ଼ିଆ ଗ୍ରାମରେ ତୁରନ୍ତ ଏକ ମୋବାଇଲ ଟାୱାର ନିର୍ମାଣ କରିବା ସହିତ ବିଭିନ୍ନ ସ୍ଥାନରେ ମୋବାଇଲ ସେବା ଯୋଗାଇ ଦେବାକୁ ଦାବୀ ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button