IBN ଓଡ଼ିଶା ବ୍ୟୁରୋଦେଶ

ମୁମ୍ଵାଇ ପୋଲିସକୁ ଝଟକା, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ କରିବ ଯାଂଚ୍ – ସୁପ୍ରିମକୋର୍ଟ

IBN ଓଡିଶା(ବ୍ୟୁରୋ):ଦେଶ:-ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଂଚକୁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ। ଏବେ ଏହି ମାମଲାରେ ସିବିଆଇ ଯାଂଚ୍ କରିବ। ଗତ କିଛି ଦିନ ହେବ ସୁଶାନ୍ତଙ୍କ ପରିବାର ଏବଂ ଫ୍ୟାନ୍ସ ଏହି ମାମଲାରେ ସିବିଆଇ ଯାଂଚ୍ ପାଇଁ ଦାବି କରି ଆସୁଥିଲେ। ତେବେ ଅଦାଲତ ବିବାରରେ ରୁଜୁ ହୋଇଥିବା ଏଫଆଇଆରକୁ ଉଚିତ୍ ବୋଲି କହିଛନ୍ତି। ଏହା ସହ ମୁମ୍ଵାଇ ପୋଲିସ ଏହି ମାମଲାରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ମହାରାଷ୍ଟ୍ର ସରକାର ଓ ମୁମ୍ଵାଇ ପୋଲିସକୁ ଝଟକା ଲାଗିଛି। ମହାରାଷ୍ଟ୍ର ସରକାର ଏହି ରାୟକୁ ଚ୍ୟାଲେଞ୍ଜ କରିପାରନ୍ତି।
ସୂଚନାନୁଯାୟୀ, ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାରରେ ଏଫଆଇଆର ରୁଜୁ କରିଥିଲେ। ଏହାକୁ ମୁମ୍ଵାଇ ସ୍ଥାନାନ୍ତର କରିବାକୁ ଅଭିନେତ୍ରୀ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ରିୟା ତାଙ୍କ ଆବେଦନରେ କହିଥିଲେ ଯେ, ସୁଶାନ୍ତଙ୍କ ପିତାଙ୍କ ଏଫଆଇଆର ପାଟନାରେ କୌଣସି ଅପରାଧ ସହ ସମ୍ପର୍କ ନାହିଁ। ଏହି ମାମଲା ଏକତରଫା। ରାଜ୍ୟ ଏହି ମାମଲାରେ ଦଖଲ ଦେଉଛି। ବିହାରରେ ନିର୍ବାଚନ ହେବାକୁ ଯାଉଛି ତେଣୁ ଏହି ମାମଲାକୁ ରାଜନୈତିକ ରଙ୍ଗ ଦିଆଯାଉଛି। ସେହିପରି ବିହାର ପୋଲିସ ଦାବି କରିଥିଲା ଯେ, ମୁମ୍ଵାଇ ପୋଲିସ ତଥ୍ୟ ପ୍ରମାଣ ସବୁ ଲୁଚାଇବାକୁ ଚେଷ୍ଟା କରୁଛି।
ସୁପ୍ରିମକୋର୍ଟରେ ବିହାର ସରକାର କହିଛନ୍ତି ଯେ, ସୁଶାନ୍ତଙ୍କ କେସରେ ମୁମ୍ଵାଇ ପୋଲିସ ଏଫଆଇଆର ରୁଜୁ କରିନାହିଁ। ଯଦି କାହାକୁ କୌଣସି ମାମଲାରେ ଯାଂଚ୍ କରିବାକୁ ଡକାଯାଏ ତେବେ ଏଫଆଇଆର ହେବା ନହାତି ଜରୁରୀ। ମୁମ୍ଵାଇ ପୋଲିସ ଏହି ମାମଲାରେ ଯାଂଚ୍ କରିବାକୁ ବିଳମ୍ଵ କରୁଛି। ବୋଧହୁଏ ତାଙ୍କ ଉପରେ କୌଣସି ସରକାରୀ ଚାପ ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button