IBN ଓଡ଼ିଶା ଏକ୍ସକ୍ଲୁସିଭ୍ଦେଶ

ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଜଳାର୍ଣ୍ଣବ ରାସ୍ତାଘାଟ

IBN ଓଡିଶା(ବ୍ୟୁରୋ):ପୁଣିଥରେ ଦିଲ୍ଲୀ-ଏନସିଆରରେ ପାଣିପାଗ ବଦଳିଛି। ଦୁଇ ଚାରି ଦିନର ଗରମ ପରେ ଆଜି ସକାଳଠୁ ଦିଲ୍ଲୀ ଏବଂ ଏନସିଆରର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ରାସ୍ତା ଜାମର ସମ୍ମୁଖୀନ ହେଉଛନ୍ତି। ମଦର ଡାଏରୀ ଅଣ୍ଡରପାସ୍, ମୟୂର ବିହାର ଫେଜ-୨ ଅଣ୍ଡରପାସ୍, ସାରାଇ କାଲେ ଖାଁ, DND, ଶଶି ଗାର୍ଡେନରୁ କୋଟଲା, ସେମାପୁରୀରୁ ଦିଲଶାଦ ଗାର୍ଡେନ ଅଣ୍ଡରପାସ୍ ଭଳି ସ୍ଥାନରେ ରାସ୍ତା ଗୁଡିକରେ ଟ୍ରାଫିକ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ ଆକାଶ ମେଘୁଆ ହେତୁ ସନ୍ଧ୍ୟା ପରି ଅନ୍ଧକାର ସୃଷ୍ଟି ହୋଇଛି। ଗାଡ଼ି ଗୁଡିକ ରାସ୍ତାରେ ଲାଇଟ ଲଗେଇ ଯାତାୟତ କରୁଛନ୍ତି। ଦିଲ୍ଲୀରେ ଆସନ୍ତା ଦୁଇରୁ ତିନି ପର୍ଯ୍ୟନ୍ତ ଏହିପରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କେତେକ ଅଞ୍ଚଳରେ ପ୍ରବଳ ବର୍ଷା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି।
ମଙ୍ଗଳବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା 35 ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବା ବେଳେ ଆଜି ବର୍ତ୍ତମାନ ସୁଦ୍ଧା 25 ଡିଗ୍ରୀ ରହିଛି। କେବଳ ଦିଲ୍ଲୀ ନୁହେଁ ହରିୟାଣା, ପଶ୍ଚିମ ୟୁପି ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମହାରାଷ୍ଟ୍ରର ଉପକୂଳ, ପଶ୍ଚିମ ଏବଂ ମଧ୍ୟ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ 24 ଘଣ୍ଟା ମଧ୍ୟରେ ରାଜସ୍ଥାନର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ରେକର୍ଡ କରାଯାଇଛି।
ଏହା ସହିତ ବିହାରରେ ବନ୍ୟା ପରିସ୍ଥିତି ଲାଗି ରହିଛି। ବିହାରରେ ଗଙ୍ଗା, ବାଗମାଟି, ବୁଦ୍ଧ ଗାନ୍ଧକ ଭଳି ପ୍ରମୁଖ ନଦୀ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର 16 ଟି ଜିଲ୍ଲାରେ 81.59 ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା 25 ଜଣଙ୍କର ମୃତ୍ୟୁ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button