ଦେଶ

ଘରେ ଶୋଇଥିବା ବେଳେ ଶିଶୁକୁ ଉଡ଼ାଇ ନେଲା ଘୂର୍ଣ୍ଣିଝଡ଼; ଉଚ୍ଚ ଗଛରୁ ହେଲା ଉଦ୍ଧାର – Ibnodisha

[ad_1]

ନୂଆଦିଲ୍ଲୀ: ଘଟଣାଟି ଏକ ସପ୍ତାହ ତଳର…. ଲୋକେ ପ୍ରତିଦିନ ଭଳି ସେଦିନ ବି ନିଜନିଜ କାମ‌ରେ ବ୍ୟସ୍ତ ଥି‌ଲେ। ଏହି ସମୟରେ ହଠାତ ସାଇରନ ବାଜିବାକୁ ଲାଗିଲା। ଦ୍ରୁତଗତିରେ ଝଡ଼ ମାଡ଼ି ଆସିଲା। ଏହି ଝଡ଼ ଘରେ ଶୋଇଥିବା ଶିଶୁକୁ ଉଡ଼ାଇ ନେଇ ଏକ ଗଛ ଉପରେ ଫିଙ୍ଗି ଦେଇଥିଲା। ସୌଭାଗ୍ୟବଶତଃ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁ ୪ମାସର ଥିବା ବେଳେ ତାକୁ ଲୋକେ ସୁପରହିରୋ ବୋଲି କହୁଛନ୍ତି।ଆମେରିକାର ଟେନେସି କ୍ଲାକର୍ସବିଲେରେ ୨୨ବର୍ଷର ସିଡନି ବୁରେ ବସବାସ କରନ୍ତି ।ସେ ଏହି ଘଟଣାକୁ ନେଇ କହିଛନ୍ତି, ‘ଝଡ଼ ହେବାର ପୂର୍ବରୁ କୌଣସି ସଙ୍କେତ ଦିଆଯାଇ ନଥିଲ‌ା। ଦେଖୁଦେଖୁ ଝଡ଼ ଓ ବର୍ଷା ମାଡ଼ି ଆସିଥିଲା ଘରର ଛାତ ଉଡ଼ି ଯାଇଥିଲା। ଭୟରେ ମୁଁ କୋଳରେ ଧରିଥିବା ମୋର ଏକ ବର୍ଷର ପୁଅ ପ୍ରିନ୍ସଟରକୁ ଧରି ସୁରକ୍ଷିତ ସ୍ଥାନକୁ ଦୌଡ଼ି ଯାଇଥିଲି। ଏହି ସମୟରେ ମୋର ୪ମାସର ସାନପୁଅ ଘରେ ନଥିବା ଦେଖିବାକୁ ପାଇଥିଲି। ଅନେକ ଖୋଜାଖୋଜି ପରେ ଜଣାପଡ଼ିଲା ପୁଅ ଲାର୍ଡ ୩୦ଫୁଟ ଦୂରରେ ଥିବା ଏକ ବିଶାଳ ଗଛର ଶାଖାମଧ୍ୟରେ ଫସି ରହିଛି। ଏହି ଗଛ ଝଡ଼ ହେତୁ ମୂଳରୁ ଉପୁଡ଼ି ପଡ଼ିଥିଲା। ଏଦୃଶ୍ୟ କୌଣସି ସିନେମା ଦୃଶ୍ୟ ଠାରୁ କମ ନଥିଲା। ଏହାପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୋ ୪ମାସ ଶିଶୁକୁ ଗଛରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ପୁଅ ମୁହଁରେ ଆଘାତ ଲାଗିଥିଲା। ସେ ପିନ୍ଧିଥିବା ପୋଷାକ ଛିଣ୍ଡି ଯାଇଥିଲା। ତାକୁ ଆମ୍ବୂଲାନ୍ସ ଯୋଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶିଶୁରୁ ଚିକିତ୍ସା ପରେ ଛୁଟି କରି ଦେଇଥି‌ଲେ।’ ଝଡ଼ରେ ଶିଶୁ ଘରୁ ଉଡ଼ି ଯାଇ ଗଛ ଡାଳରେ ଫସିଯିବା, ପୁଣି ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର ହେବା ଘଟଣା କୌଣସି ଚତ୍ମକାର ଠାରୁ କମ ନୁହେଁ ବୋଲି ସ୍ଥାନୀୟଲୋକେ କହୁଛନ୍ତି। କାରଣ ଶିଶୁ ଝଡ଼ରେ ଯେଭଳି ଭାବେ ପ୍ରଭାବିତ ହୋଇଥିଲା ଜୀବନ ପ୍ରତି ଅନେକ ବିପଦ ବି ଥିଲା… କିନ୍ତୁ ସୌଭାଗ୍ୟବଶତଃ ୪ମାସ ଶିଶୁର ଜୀବନ ବଞ୍ଚି ଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button