ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ : ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି – Ibnodisha

[ad_1]

ଜୋହାନ୍ସବର୍ଗ : ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ସ୍ଥାନୀୟ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଛି। ଆଇସିସି ଦିନିକିଆ ବିଶ୍ୱକପ୍‌ ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ ଖେଳୁଥିବାରୁ ଆଜିର ମ୍ୟାଚ ବିଜୟ ପାଇଁ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଭାରତ ଲକ୍ଷ୍ୟ ରଖିଛି। ଟି-୨୦ ସିରିଜ ୧-୧ରେ ଅମୀମାଂସିତ ରହିବା ରହବା ପରେ ଦିନିକିଆ ସିରିଜର ଗୁରୁତ୍ୱ ବଢିଯାଇଛି। ଉଭୟ ଦଳରେ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି। ଏହି ସିରିଜରେ ରାହୁଲ ଉଭୟ ନେତୃତ୍ୱ ଓ ବ୍ୟାଟିଂରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ। ଋତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ତିଳକ ବର୍ମା, ଶ୍ରେୟାସ ଆୟାରଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅର୍ଶଦୀପ ସିଂ, ମୁକେଶ କୁମାର ଓ ଆଭେସ ଖାନଙ୍କ ଉପରେ ଭାରତୀୟ ଦ୍ରୁତ ବୋଲିଂ ନିର୍ଭର କରିବ।  କୁଲଦୀପ ପୁଣି ଥରେ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ୱିକେଟକିପର ବ୍ୟାଟର ସଞ୍ଜୁ ସାମସନ ବହୁଦିନ ପରେ ଦିନିକିଆ ଖେଳିବେ। ଅପରପକ୍ଷରେ ଏଡେନ ମାର୍କରାମଙ୍କ ନେତୃତ୍ୱରେ ଘରୋଇ ଦଳ ପଡିଆକୁ ଓହ୍ଲାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button