ରାଜ୍ୟ

ଋଷିକୁଲ୍ୟା ମୁହାଣରେ ପ୍ରତିଷ୍ଠା ହେବ କଇଁଛ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ଖୁବ୍‌‌ଶୀଘ୍ର କଇଁଛ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଋଷିକୁଲ୍ୟା ମୁହାଣ ନିଟକସ୍ଥ ଅଞ୍ଚଳରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଅଲିଭ୍‌‌ରିଡ୍‌‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପାଇଁ ପରିଚିତ ଏହି ମୁହାଣକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ୍‌‌ରିଡ୍‌‌ଲେ କଇଁଛଙ୍କ ଆଗମନ ହୋଇଥାଏ। ଏମାନଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ତେଣୁ ଅଲିଭ୍‌‌ରିଡଲେ କଇଁଛଙ୍କ ଉପରେ ଅଧିକ ଗବେଷଣା ସହ ପର୍ଯ୍ୟଟକଙ୍କୁ ବିଭିନ୍ନ ସୂଚନା ଦେବା ପାଇଁ ଏଠାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଋଷିକୁଲ୍ୟା ମୁହାଣରେ ଜମି ଚିହ୍ନଟ ସରିଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି ବ୍ରହ୍ମପୁର ଡିଏଫ୍‌‌ଓ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ପିସିସିଏଫ୍‌‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି ଯେ ଓଡ଼ିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୁଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀତଟକୁ ପ୍ରତିବର୍ଷ ଲକ୍ଷାଧିକ ଅଲିଭ୍‌‌ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥା’ନ୍ତି। ବହୁ ଛାତ୍ର ଏବଂ ବିଦେଶୀ ପ୍ରତିନିଧି ଏହି କଇଁଛଙ୍କ ବିଷୟରେ ଜାଣିବାକୁ ଆଗ୍ରହ କରିଥାନ୍ତି। କିନ୍ତୁ ଏମାନଙ୍କ ଉପରେ ଗବେଷଣା ପାଇଁ କୌଣସି କେନ୍ଦ୍ର ଉପଲବ୍ଧ ନ ଥିବାରୁ, ସେମାନେ କିପରି ଜନ୍ମ ଗ୍ରହଣ କରନ୍ତି ଏବଂ କିପରି ବିକଶିତ ହୁଅନ୍ତି; ସେ ସମ୍ୱନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିବାରେ ବିଭାଗ ଅସମର୍ଥ ହୋଇଥାଏ। ତେଣୁ ଏହି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଯୋଜନା କରାଯାଇଛି ବୋଲି ଶ୍ରୀ ନନ୍ଦ କହିଛନ୍ତି।ସୂଚନାଯୋଗ୍ୟ, ଚଳିତ ବର୍ଷ ୨୦୨୩ ମାର୍ଚ୍ଚ ୯ରୁ ୧୩ତାରିଖ ପର୍ଯ୍ୟନ୍ତ ଗହୀରମଥା ଉପକୂଳରେ ଅଣ୍ଡା ଦେବା ପାଇଁ ୫.୧୨ ଲକ୍ଷରୁ ଅଧିକ କଇଁଛ ଏବଂ ଫେବୃଆରୀ ୨୩ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଋଷିକୁଲ୍ୟାଠାରେ ପ୍ରାୟ ୬.୩୭ ଲକ୍ଷ କଇଁଛ ଅଣ୍ଡାଦାନ କରିଥିଲେ। ସେହିପରି ଉଭୟ ଗହୀରମଥା ଓ ଋଷିକୁଲ୍ୟାରେ ପ୍ରାୟ ୧୧ ଲକ୍ଷ ୪୯ହଜାର କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ୨୦୨୩ ନଭେମ୍ୱର ପହିଲାରୁ ଅଲିଭ୍‌‌ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ମୁହାଣଗୁଡ଼ିକରେ କଟକଣା ଲାଗୁ କରାଯାଉଛି। ଏହାଦ୍ୱାରା ଏହି ବିରଳ କଇଁଛ ଓଡ଼ିଶା ବିଭିନ୍ନ ଉପକୂଳକୁ ଆଗମନ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଗହୀରମଥା ଓ ଋଷିକୁଲ୍ୟାରେ ଅଲିଭ୍‌‌ରିଡ୍‌‌ଲେଙ୍କ ଆଗମନ ସହ ମିଳନ ପ୍ରକ୍ରିୟା ଜାରି ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button