ରାଜ୍ୟ

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ‘ରସାବଳି’କୁ ମିଳିଲା ଜିଆଇ ଟ୍ୟାଗ୍ – Ibnodisha

[ad_1]

ଭୁବନେଶ୍ବର: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। ଆବେଦନ ପତ୍ରର ତର୍ଜମା କରିବା ସହ ‘ରସାବଳି’ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି।

ଛେନାରେ ତିଆରି ଏକ ଓଡ଼ିଆ ମିଠା ହେଉଛି ରସାବଳି। ଏହି ମିଠା ରସାବଳି ମିଠା କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିଲା। ପିଠା ଭଳିଆ ବେଲି ଛେନାକୁ ଗରମ ଘିଅରେ ଛଣା ଯାଏ। ଛଣା ହେଇଥିବା ପିଠାକୁ କାଢି ତିଆରି ହେଇଥିବା ଝିଲିକୁ କାଢି କ୍ଷୀର, ଗୁଡ଼ରେ ତିଆରି ଗୋଟେ ମିଶ୍ରଣରେ ଛାଡ଼ି ଦିଆଯାଇଥାଏ। ଏହା ପରେ ଏଥିରେ କାଜୁ ଓ କିସମିସ ପକାଇ ପରସା ଯାଏ। ପ୍ରଭୁ ବଳଦେବଜୀଉ ମନ୍ଦିରରେ ଭୋଗ ଲାଗି ହୁଏ । ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଏକ। 

ସୂଚନାଯୋଗ୍ୟ ଯେ, ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ‘କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ’ ପକ୍ଷରୁ ପ୍ରଥମେ ୨୦୨୦ ମସିହା ଜୁଲାଇ ମାସରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ପରେ ପରେ ଏନେଇ ବିଭିନ୍ନ ପର୍ଯ୍ୟାୟରେ ସଂଘ ପକ୍ଷରୁ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ, ଅଭିଯାନ ପ୍ରଭୃତି ଜାରି ରହିଥିଲା। ତେବେ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button