ରାଜ୍ୟ

ପୁରୀରେ ହତ୍ୟାକାଣ୍ଡ, ଜଣେ ଯୁବକ ମୃତ

ପୁରୀରେ ହତ୍ୟାକାଣ୍ଡ। ରାସ୍ତା ମଝିରେ ଯୁବକଙ୍କୁ ହାଣିଲେ କିଛି ଯୁବକ। ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ କିଛି ‌ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ ଘଟିଛି । ମୃତ ଯୁବକ ହେଲେ ହାତଗୋଡିଆ ସାହିର ଦିନେଶ କୁମାର ଖୁଣ୍ଟିଆ। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଦିନେଶ ଘରେ ଥିବାବେଳେ ୫ ଜଣ ଯୁବକ ତାଙ୍କୁ ବାହାରକୁ ଡାକିଥିଲେ। ଦିନେଶ ବାହାରକୁ ଯିବାପରେ ସମ୍ପୃକ ଯୁବକ ମାନେ ତାଙ୍କୁ ଏକ ଧାରୁଆ ଲୁହା ଅସ୍ତ୍ରରେ ଆକ୍ରମଣ କରିଥିଲେ। ପ୍ରଥମେ ଦିନେଶଙ୍କ ଗାଡ଼ିକୁ ଚୋଟ ଦେଇଥିଲେ। ଆକ୍ରମଣରେ ବାମପଟ ବେକରେ ଆଘାତ ଲାଗିଥିଲା। ଦିନେଶ ସେଠାରେ ଆହାତ ହୋଇ ପଡିଥ‌ିବା ବେଳେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଡାକ୍ତର ଦିନେଶକୁ ମୁତ୍ୟ ଘୋଷଣା କରିଥିବା ବେଳେ ଟାଉନଥାନା ପୋଲିସ ତଦନ୍ତ ଜାରି ରଖିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ପୁରୀ ସଦର ଡିଏସପି ରବି ନାରାୟଣ ଭଞ୍ଜ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅପରପକ୍ଷରେ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ପୋଲିସ ପକ୍ଷରୁ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡିଛି। ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଫଳରେ ସହର ଅସାନ୍ତ ହେବାରେ ଲାଗିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button