ଖେଳ

ଗିଲ୍‌ଙ୍କ ଅର୍ଦ୍ଧଶତକ ବେକାର, ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଶଶାଙ୍କ ସିଂହ – Ibnodisha

[ad_1]

ଅହମ୍ମବାଦାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୧୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୩ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇ ଦେଇଛି । ଗୁଜରାଟ ଟାଇଟନ୍ସ କ୍ୟାପ୍‌ଟେନ୍ ଶୁବମନ ଗିଲ୍‌ଙ୍କ ଅପରାଜିତ ୮୯ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ନିର୍ଦ୍ଧାରିତ ଓଭର୍‌ରେ ୪ ୱିକେଟ୍ ବିନିମୟରେ ୧୯୯ ରନ୍ କରିଥିଲା । ୨୦୦ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗ୍‌ସ ଶଶାଙ୍କ ସିଂହଙ୍କ ଧୈର୍ଯ୍ୟପୂର୍ଣ୍ଣ ଅପରାଜିତ ୬୧ ରନ୍ ବଳରେ ୧୯.୫ ଓଭର୍‌ରେ ୭ ୱିକେଟ୍ ହରାଇ ୨୦୦ ରନ୍ କରିଥିଲା । ରୋମାଞ୍ଚକର ମ୍ୟାଚ୍‌ର ଅନ୍ତିମ ଓଭର୍‌ରେ ପଞ୍ଜାବକୁ ୭ ରନ୍‌ର ଆବଶ୍ୟକତା ଥିବା ବେଳେ ପ୍ରଥମ ବଲ୍‌ରେ ଆଶୁତୋଷ ଶର୍ମା (୩୧)ଙ୍କୁ ଆଉଟ୍ କରି ଦର୍ଶନ ନାଲ୍‌କାଣ୍ଡେ ଆହୁରି ରୋମାଞ୍ଚ ଭରି ଦେଇଥିଲେ । ଶେଷ ବଲ୍‌ରେ ୨ ରନ୍ ଦରକାର ଥିବାବେଳେ ଶଶାଙ୍କ ଚୌକା ମାରି ଟିମ୍‌କୁ ସିଜନ୍‌ର ଦ୍ୱିତୀୟ ବିଜୟ ଦେଇଥିଲେ ।
୨୦୦ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବକୁ ଦ୍ୱିତୀୟ ଓଭର୍‌ରେ ଝଟ୍‌କା ଲାଗିଥିଲା ।

କ୍ୟାପ୍‌ଟେନ୍ ଶିଖର ଧୱନ୍ ମାତ୍ର ୧ ରନ୍ କରି ଉମେଶ ଯାଦବଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ସ୍କୋର୍‌ରେ ଆଉ ୩୫ ରନ୍ ଯୋଗହେବା ପରେ ଜନ୍ନି ବେୟାରଷ୍ଟୋ (୨୨) ନୁର୍ ଅହମଦଙ୍କ ଦ୍ୱାରା ବୋଲ୍ଡ ହୋଇ ଫେରିଥିଲେ । ପ୍ରଭଶିମ୍‌ରାନ୍ ସିଂହ କ୍ରିଜ୍‌ରେ ଜମି ଆସୁଥିବା ବେଳେ ମୋହିତ ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ନୁର୍ ଅହମଦ ତାଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ । ପ୍ରଭଶିମ୍‌ରାନ୍ ୨୪ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୩୫ ରନ୍‌ର ଦ୍ୱିତୀୟ ସର୍ବାଧିକ ଇନିଂସ୍ ଖେଳିଥିଲେ । ସାମ କରନ୍ ମାତ୍ର ୫ ରନ୍‌ରେ ଓମରଜାଇ ଅଜ୍‌ମତୁଲ୍ଲାହଙ୍କ ଶିକାର ହୋଇଥିଲେ । ଏହାପରେ ସିକନ୍ଦର ରାଜା ୧୫ ରନ୍‌ରେ ମୋହିତ ଶର୍ମାଙ୍କ ବଲ୍‌ରେ ଋଦ୍ଧିମାନ ଶାହଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ତେବେ ଶଶାଙ୍କ ସିଂହ ଧୈର୍ଯ୍ୟର ସହ ଇନିଂସ୍ ଆଗେଇ ନେଇଥିଲେ । ସେ ଜିତେଶ ଶର୍ମାଙ୍କ ପଞ୍ଚମ ୱିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୪୧ ରନ୍ ଯୋଗ କରିଥିଲେ । ଜିତେଶ (୧୬)ଙ୍କୁ ରଶିଦ୍ ଖାନ୍ ପ୍ୟାଭିଲିୟନ୍ ଫେରାଇ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ଆଶୁତୋଷ ଶର୍ମା ୧୭ ବଲ୍‌ରୁ ୩୧ ରନ୍ କରି ଆଉଟ୍ ହୋଇଥିଲେ । ଶଶାଙ୍କ ୨୯ ବଲ୍‌ରେ ୬ ଚୌକା ଓ ୪ ଛକା ସହାୟତାରେ ୬୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ଗୁଜରାଟ ପକ୍ଷରୁ ନୁର୍ ଅହମଦ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଟାଇଟନ୍ସ ପକ୍ଷରୁ କ୍ୟାପ୍‌ଟେନ୍ ଶୁବମନ ଗିଲ୍ ଓ ଋଦ୍ଧିମାନ ଶାହ ଇନିଂସ୍ ଓପନ୍ କରିଥିଲେ । ତେବେ ପ୍ରଥମରୁ ଅସହଜ ମନେ ହେଉଥିବା ଶାହ ୧୩ ବଲ୍‌ରୁ ମାତ୍ର ୧୧ ରନ୍ କରିଥିବା ବେଳେ କାଗିସୋ ରବାଡାଙ୍କ ବଲ୍‌ରେ ଶିଖର ଧୱନ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ସେତେବେଳକୁ ଗୁଜରାଟ ସ୍କୋର୍ ୨୯ ରନ୍ ହୋଇଥିଲା । ଦୀର୍ଘଦିନ ପରେ ଆଇପିଏଲ୍ ଖେଳୁଥିôବା ନ୍ୟୁଜିଲାଣ୍ଡର ଷ୍ଟାର୍ ବ୍ୟାଟର୍ କେନ୍ ୱିଲିୟମ୍‌ସନ୍ କ୍ରିଜ୍‌ରେ ଗିଲ୍‌ଙ୍କ ସହ ଯୋଗ ଦେଇଥିଲେ । ଉଭୟଙ୍କ ମଧ୍ୟରେ ୪୦ ରନ୍‌ର ଭାଗୀଦାରୀ ହୋଇଥିବା ବେଳେ ୱିଲିୟମ୍‌ସନ୍ ହରପ୍ରୀତ୍ ବ୍ରାର୍‌ଙ୍କ ବଲ୍‌ରେ ଜନ୍ନି ବେୟାର୍‌ଷ୍ଟୋଙ୍କ ହାତରେ ଧରାପଡ଼ି ବିଦାୟ ନେଇଥିଲେ । ଏହା ମଧ୍ୟରେ ସେ ୨୨ ବଲ୍‌ରୁ ୪ ଚୌକା ସହାୟତାରେ ୨୬ ରନ୍ କରିଥିଲେ । ୱିଲିୟମ୍‌ସନ୍‌ଙ୍କ ପରେ ବ୍ୟାଟିଂ ପାଇଁ ଆସିଥିବା ସାଇ ସୁଦର୍ଶନ ଧୂଆଁଧାର ବ୍ୟାଟିଂ କରିି ଗିଲ୍‌ଙ୍କ ସହିତ ତୃତୀୟ ୱିକେଟ୍ ପାଇଁ ୫୩ ରନ୍‌ର ଅର୍ଦ୍ଧଶତକୀୟ ଭାଗୀଦାରି ସହ ଟିମ୍‌ର ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ ।

ତେବେ ୧୯ ବଲ୍‌ରେ ୬ ଚୌକା ସହ ୩୩ ରନ୍ କରିଥିବା ବେଳେ ହର୍ଷଲ୍ ପଟେଲ୍‌ଙ୍କ ବଲ୍‌ରେ ୱିକେଟ୍ ପଛରେ ଧରାପଡ଼ି ବିଦାୟ ନେଇଥିଲେ । ଭିଜୟ ଶଙ୍କର ୮ ରନ୍‌ରେ ରବାଡାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଏହାପରେ କ୍ରିଜ୍‌କୁ ଆସିଥିବା ରାହୁଲ ତେୱତିଆ ଶେଷ ଆଡ଼କୁ ୮ ବଲ୍‌ରେ ଅପରାଜିତ ୨୩ ରନ୍ ଯୋଗ କରିଥିଲେ । ସେ ଗିଲ୍‌ଙ୍କ ସହ ୩୫ ରନ୍‌ର ଭାଗୀଦାରି କରିଥିଲେ । ଇତିମଧ୍ୟରେ ଗୁଜରାଟର ନେତୃତ୍ୱ ନେଉଥିବା ଗିଲ୍ ଧୂଆଁଧାର ବ୍ୟାଟିଂ କରି ୪୮ ବଲ୍‌ରୁ ୬ ଚୌକା ଓ ୪ ଛକା ୮୯ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଏହା ଚଳିତ ସିଜନ୍‌ରେ ଗିଲ୍‌ଙ୍କ ପ୍ରଥମ ଅର୍ଦ୍ଧଶତକ ହୋଇଥିବା ବେଳେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଦ୍ୱିତୀୟ ସର୍ବାଧିକ ସ୍କୋର୍ । ଏହା ପୂର୍ବରୁ ୨୦୨୨ରେ ସେ ପଞ୍ଜାବ ବିପକ୍ଷରେ ୫୯ ବଲ୍‌ରେ ୯୬ ରନ୍‌ର ଇନିଂସ୍ ଖେଳିଥିଲେ । ଇତିମଧ୍ୟରେ ପଞ୍ଜାବ ବିପକ୍ଷରେ ୧୧ କ୍ୟାଚ୍ ଖେଳି ୫୬.୭୧ ହାରରେ ୩୯୭ ରନ୍ କରିଛନ୍ତି । ୧୦ ଇନିଂସ୍‌ରେ ସେ ୫ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button