ଖେଳ

୧୬ରେ ବୈଠକ ଡ଼ାକିଲା ବିସିସିଆଇ; ଯୋଗଦେବେ ୧୦ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମାଲିକ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋଡ୍‌ର୍ (ବିସିସିଆଇ) ପକ୍ଷରୁ ଆସନ୍ତା ୧୬ତାରିଖରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଗୁଜରାଟର ଅହମ୍ମଦା ଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ସାମିଲ ହେବା ପାଇଁ ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୦ ଫ୍ରାଞ୍ଚାଇଜ୍ ଦଳର ମାଲିକମାନଙ୍କୁ ଆମନ୍ତ୍ରଣ କରିଛି । ସୁତରାଂ ଏହି ବୈଠକରେ ଫ୍ରାଞ୍ଚ।।ଇଜି ଦଳ ଲାଗି ବେସିକ୍ ନିଲାମ ରାଶି ପରିମାଣ ବୃଦ୍ଧି ଏବଂ ଖେଳାଳୀ ରିଟେନ୍‌ସନ୍ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ବିଶେଷକରି ଚଳିତ ବର୍ଷର ପରବର୍ତ୍ତୀ ଭାଗରେ ହେବାକୁ ଥିବା ମେଗା ନିଲାମ ପ୍ରକ୍ରିୟା, ଖେଳାଳି ରିଟେନ୍‌ସନ୍ ଏବଂ ବର୍ତ୍ତମାନ ବେସିକ୍ ନିଲାମ ରାଶି ୧୦୦ କୋଟି ଟଙ୍କା ରହିଥିବା ବେଳେ ଏଥିରେ ବୃଦ୍ଧି କରାଯିବା ଭଳି ପ୍ରସଙ୍ଗ ଏହି ବୈଠକର ମୁଖ୍ୟ ଆଲୋଚନାର ବିଷୟ ହୋଇପାରେ ।
ପ୍ରକାଶ, ଆସନ୍ତା ୧୬ ତାରିଖରେ ନନ୍ଦ୍ରେ ମୋଦୀ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର ଅଛି । ସୁତରାଂ ଏହି ଦିନ ହିଁ ଆଇପିଏଲ ଫ୍ରାଞ୍ଚାଇଜି ଦଳର ମାଲିକ ଏବଂ ବିସିସିଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହେବା ନେଇ ଯୋଜନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବୈଠକ ପାଇଁ ଏଜେଣ୍ଡା ପ୍ରସ୍ତୁତ କରାଯାଇନଥିବାରୁ ଏସମ୍ପର୍କରେ ବିଶେଷ କିଛି ଜଣାପଡିନାହିଁ । ଅନ୍ୟପକ୍ଷେ ବିସିସିଆଇର ଜଣେ ଅଫିସିଆଲ ସୂଚନା ଦେଇ କହିଛନ୍ତି, ଆଇପିଏଲ୍ ଫ୍ରାଞ୍ଚାଇଜି ମାଲିକଙ୍କ ସହ ବିସିସିଆଇର ବୈଠକ କରାଯିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ । ଏହି ବୈଠକରେ ବିସିସିଆଇ ସମ୍ପାଦକ ଜୟ ଶାହା, ସଭାପତି ରୋଜର ବିନ୍ନି ଏବଂ ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୂମାଲ୍ ତଥା ଅନ୍ୟ କିଛି ପଦାଧିକାରୀ ଯୋଗଦେବେ ବୋଲି ଏହି ଅଫିସିଆଲ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଆଇପିଏଲ୍ ଫ୍ରାଞ୍ଚାଇଜି ଦଳଗୁଡ଼ିକୁ ପ୍ରତି ମେଗା ନିଲାମୀ ପ୍ରକ୍ରିୟା ପୂର୍ବରୁ ୪ଜଣ ଲେଖାଏ ଖେଳାଳିଙ୍କୁ ରିଟେନ୍‌ସନ୍ ଲାଗି ଅନୁମତି ରହିଛି । ତେବେ ଏହି ମେଗା ନିଲାମୀ ପ୍ରକ୍ରିୟା ପ୍ରତି ୩ବର୍ଷରେ ଥରେ କରାଯାଇଥାଏ । ଗତଥର ମେଗା ନିଲାମୀ ୨୦୨୨ରେ ହୋଇଥିବା ବେଳେ ୨୦୨୫ରେ ଅର୍ଥାତ୍ ୨୦୨୫-ଆଇପିଏଲ୍ ସଂସ୍କରଣ ପୂର୍ବରୁ ପରବର୍ତ୍ତୀ ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button