ଖେଳ

ଅଶ୍ବିନଙ୍କୁ ହଟାଇ ବୁମରା ଏକନମ୍ବର

ଦୁବାଇ: ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରା ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତାରେ ଶୀର୍ଷକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ୍ରେ ୩୦ ବର୍ଷୀୟ ବୁମ୍ରା ୬ ୱିକେଟ୍ ନେବା ପରେ ସାଥୀ ଖେଳାଳି ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କୁ ହଟାଇ ଏହି ସ୍ଥାନ ଦଖଲ କରିଥିଲେ। ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଅଶ୍ବିନ ଦ୍ବିତୀୟ ସ୍ଥାନକୁ ଖସିଛନ୍ତି।

ସ୍ପିନ୍ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଷଷ୍ଠ ସ୍ଥାନ ବଜାୟ ରଖିଥିଲା ବେଳେ କଚଟି ସ୍ପିନର କୁଲଦୀପ ୟାଦବ ଷୋଡ଼ଶ ସ୍ଥାନରେ ରହିଛନ୍ତି।

ବ୍ୟାଟିଂରେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ଶ୍ରେଷ୍ଠ ଖେଳାଳି ଯଶସ୍ବୀ ଜୟସ୍ବାଲ (୭୯୨ ପଏଣ୍ଟ୍) ଦୁଇଟି ସ୍ଥାନ ଲମ୍ଫ ଦେଇ ଜୀବନର ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିଛନ୍ତି। କାନପୁର ଟେଷ୍ଟ୍ରେ ତାଙ୍କର ୭୨ ଓ ୫୧ ରନ୍ ପାଳି ବଳରେ ଭାରତ ୭ ୱିକେଟ୍ରେ ବାଂଲାଦେଶକୁ ହରାଇଥିଲା। ଜୋ ରୁଟ୍ (୮୯୯) ଓ କେନ୍ ୱିଲିୟମ୍ସ (୮୯୨) ପ୍ରଥମ ଦୁଇ ସ୍ଥାନରେ ଅଛନ୍ତି। ଭେଟେରାନ ଭାରତୀୟ ବ୍ୟାଟର୍ ବିରାଟ କୋହଲି (ଷଷ୍ଠ) ୬ଟି ସ୍ଥାନ ଉଠି ଶୀର୍ଷ ୧୦କୁ ଫେରିଛନ୍ତି। ଋଷଭ ପନ୍ତ ୩ ସ୍ଥାନ ଖସି ନବମ, ରୋହିତ ଶର୍ମା ଓ ଶୁବମନ ଗିଲ୍ ଯଥାକ୍ରମେ ୧୫ ଓ ୧୬ରେ ରହିଛନ୍ତି। ଅଲ୍ରାଉଣ୍ଡରରେ ଜାଡ଼େଜା ଶୀର୍ଷରେ ଥିଲା ବେଳେ ଅଶ୍ବିନ ଦ୍ବିତୀୟ ଓ ଅକ୍ଷର ପଟେଲ ସପ୍ତମରେ ରହିଛନ୍ତି। ଦଳ ମାନ୍ୟତାରେ ଭାରତ ୧୨୦ ପଏଣ୍ଟ ସହ ଦ୍ବିତୀୟରେ ରହିଛନ୍ତି। ଏହା ଆଗରେ ଅଷ୍ଟ୍ରେଲିଆ (୧୨୪) ପ୍ରଥମ ଏବଂ ଇଂଲଣ୍ଡ (୧୦୮) ତୃତୀୟରେ ରହିଛି

Related Articles

Leave a Reply

Your email address will not be published. Required fields are marked *

Back to top button