ଖେଳ

ପିସିବି ଅଧ୍ୟକ୍ଷ ପଦରୁ ଅଶରଫ୍‌ଙ୍କ ଇସ୍ତଫା – Ibnodisha

[ad_1]

ଲାହୋର:  ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ପଦରୁ ଜାକା ଅଶରଫ୍ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ଲାହୋରରେ ବୋର୍ଡ ମ୍ୟାନେଜିଂ କମିଟି ବୈଠକରେ ଅଧ୍ୟକ୍ଷତା କରିବା ପରେ ଇସ୍ତଫା ଘୋଷଣା କରିଥିଲେ । ଅଶରଫ୍ ଇସ୍ତଫା ଦେବାର କୌଣସି କାରଣ ଜଣାଇ ନାହାନ୍ତି । ୨୦୨୩ ଜୁଲାଇରେ ନଜମ୍ ସେଠୀଙ୍କ ସ୍ଥାନରେ ଅଶରଫ୍ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ଏହାର କାର୍ଯ୍ୟକାଳ ଚଳିତ ବର୍ଷ ଫେବୃଆରୀରେ ଶେଷ ହେବାର ଥିଲା ।

ପିବିସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ବୈଠକ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଶରଫ୍ ଘୋଷଣା କରିବା ସହିତ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ଅନୱର୍‌-ଉଲ୍ -ହକ୍‌ଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ବୟାନରେ ଆହୁରି କୁହାଯାଇଛି, ଅଶରଫ୍ ସମାପନ ଭାଷଣରେ ପିସିବିକୁ ଧନ୍ୟବାଦ ଜଣାଇବା ସହ ପାକିସ୍ତାନ କ୍ରିକେଟ୍‌ର ଉତ୍ତୋରତ୍ତର ଉନ୍ନତି ପାଇଁ ଶୁଭକାମନା ଜଣାଇଛନ୍ତି । ଏହି କାର୍ଯ୍ୟକାଳ ପୂର୍ବରୁ ଅଶରଫ୍ ୨୦୧୧ରୁ ୨୦୧୩୩ ପର୍ଯ୍ୟନ୍ତ ପିସିବି ଅଧ୍ୟକ୍ଷ ଥିଲେ । ତେବେ ତାଙ୍କ ନିଯୁକ୍ତି ଅବୈଧ ଭାବେ ହୋଇଥିବା କହି ଇସ୍‌ଲାମାବାଦ ହାଇକୋର୍ଟ ୨୦୧୩ରେ ତାଙ୍କୁ ପଦରୁ ହଟାଇ ଦେଇଥିଲେ । ସେତେବେଳେ ନଜମ ସେଟ୍ଟୀଙ୍କୁ ପିସିବି କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଅବଶ୍ୟ ବର୍ଷକ ପରେ ଆଶରଫ୍‌ଙ୍କୁ ପୁଣିଥରେ ଅଧ୍ୟକ୍ଷ ପଦ ମିଳିଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button