ଅପରାଧ

ନାବାଳିକା ଦୁଷ୍କର୍ମକାରୀକୁ ୫ ବର୍ଷ ଜେଲ – Ibnodisha

[ad_1]

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଶରତ ପାତ୍ର(୫୦)କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ଅନାଦେୟ ଅଧିକ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ୨୦୨୦ ମହିସା ଏପ୍ରିଲ ୧ ତାରିଖରେ କୁଣ୍ଢେଇହତା ଗ୍ରାମର ଜଣେ ୭ ବର୍ଷୀୟ ନାବାଳିକା ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ  ଖେଳି ସାରି ଘରକୁ ଫେରିବା ସମୟରେ ଅଭିଯୁକ୍ତ ଚକୋଲେଟ ଏବଂ ବିସ୍କୁଟ ଦେବ କହି ଘର ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଏନେଇ ଝିଅର ମାଆ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଶନିବାର ଦିନ ପୋକ୍ସ କୋର୍ଟର ବିଚାରପତି ୧୫ ଜଣ ସାକ୍ଷୀଙ୍କ ବୟାନ ଏବଂ ପୁଲିସର ଅନୁସନ୍ଧାନକୁ ଭିତ୍ତି କରି ପୋକ୍ସ ଧାରା ୧୦ ଅନୁଯାୟୀ ଉପରୋକ୍ତ ରାୟ ଶୁଣାଇଥିଲେ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ଜେନା ମାମଲା ପରିଚାଳନା କରୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button