ଅପରାଧ

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଜ୍ଜା – Ibnodisha

[ad_1]

ଅନୁଗୁଳ: ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ । ଆଉ ପ୍ରେମିକା ଗର୍ଭବତୀ ହେବା ଜାଣି ତା’କୁ ପ୍ରତାରଣା କରି ପାର୍ । ଏମିତି ସାଂଘାତିକ ମାମଲାରେ ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଏହି ମାମଲାରେ ଦୋଷୀ କଲିନ ମୁଣ୍ଡା(୨୬)କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୬ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ତାକୁ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ୨୦୧୯ରେ ଜଣେ ନାବାଳିକା(୧୬ବର୍ଷ)ଙ୍କୁ ବଳାତ୍କାର ହୋଇଥିଲା। ସୂଚନା ଅନୁସାରେ, କଲିନ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ପରେ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ନାବାଳିକା ବୋଲି ଜାଣି ମଧ୍ୟ ଅଭିଯୁକ୍ତ ତା’ ସହ ବାରମ୍ବାର ଶାରିରୀକ ସଂପର୍କ ରଖିଥିଲା । ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହାପରେ ସେ ବିବାହ କରିବା ପାଇଁ କଲିନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କଲିନ ଆଉ ଧରାଛୁଆଁ ଦେଇନଥିଲା । ନାବାଳିକା ୮ମାସର ଗର୍ଭବତୀ ହେବା ଜାଣିବା ପରେ ତାଙ୍କ ପରିବାର ଲୋକେ ବିବାହ ପାଇଁ କଲିନକୁ କହିଥିଲେ । ଏହା ପରେ କଲିନ୍‌? କେଉଁଆଡ଼େ ଫେରାର୍ ହୋଇଯାଇଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button