ରାସନକାର୍ଡ କରେଇ ଦେବାକୁ କହି ଲୋକଙ୍କୁ ଠକୁଥିଲା ଦୁର୍ବୃତ୍ତ – Ibnodisha

[ad_1]

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଦୀର୍ଘ ଦିନ ଧରି ରାସନ୍ କାର୍ଡ କରାଇଦେବାକୁ କହି ଲୋକଙ୍କୁ ଭୁତଉଥିଲା ଠକ। ୱେବ୍ ସାଇଟ୍ ରୁ ଲୋକଙ୍କ ଫୋନ୍ ନମ୍ବର ସଂଗ୍ରହ କରି ଯୋଗାଯୋଗ କରୁଥିଲା। ଆଜି ଘଟଣାସ୍ଥଳରେ ଯୋଗାଣ ନିରୀକ୍ଷକ ନେତ୍ରାନନ୍ଦ ବେହେରା ପହଞ୍ଚି ଉକ୍ତ ଧୂର୍ତ୍ତକୁ ତାଗିଦ୍ କରିବା ସହ ଏ ଭଳି କାର୍ୟ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ସେହି ଠକ ଯୁବକ ହେଲା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିଉଳି ଅଞ୍ଚଳର ସୂର୍ୟ୍ୟ ନାରାୟଣ ପ୍ରଧାନ।
ଯୁବକଜଣଙ୍କ ବାଲିପାଟଣା ବ୍ଲକ୍ ର ବିଭିନ୍ନ ସରକାରୀ ରାସନ ସାମଗ୍ରୀ ବିକ୍ରୟ କେନ୍ଦ୍ରର ଡିଲରମାନଙ୍କୁ ଏବଂ ହିତାଧିକାରୀଙ୍କୁ ଫୋନ୍ କରି ସରକାରୀ ଅଫିସରୁ ଆସିଥିବା କହୁଥିଲେ। ପଞ୍ଚାୟତ ଅଧୀନରେ ଲୋକମାନଙ୍କୁ ରାସନ୍ କାର୍ଡ କରାଇ ଦେବାକୁ କହି ୧୦୦ ରୁ ୫୦୦ ଟଙ୍କା ସଂଗ୍ରହ କରୁଥିଲା। ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇବା ପାଇଁ ସରକାରୀ ରାସନ୍ ସାମଗ୍ରୀ ବିକ୍ରୟ କେନ୍ଦ୍ରରେ ଲାପଟପ୍ ଧରି ବସି ପଡୁଥିଲେ ଏହି ବ୍ୟକ୍ତି। ବାଲିପାଟଣାରେ ଦୀର୍ଘ ୫ ରୁ ୬ ମାସ ହେବ ଏଭଳି କାର୍ୟ୍ୟ କରୁଥିଲେ ବ୍ୟକ୍ତି ଜଣକ। ଏ ନେଇ ବାଲିପାଟଣା ଯୋଗାଣ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ଲୋକେ। ଆଜି ବସନ୍ତମାଳ ରାସନ୍ ସାମଗ୍ରୀ ବିକ୍ରୟ କେନ୍ଦ୍ରରେ ବ୍ୟକ୍ତି ଜଣକ ପହଞ୍ଚି ଲୋକଙ୍କୁ ଭୁତଉଥିବା ବେଳେ ଯୋଗାଣ ନିରୀକ୍ଷକ ପହଞ୍ଚି ଯାଇଥିଲେ। ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।
The post ରାସନକାର୍ଡ କରେଇ ଦେବାକୁ କହି ଲୋକଙ୍କୁ ଠକୁଥିଲା ଦୁର୍ବୃତ୍ତ appeared first on ONA KHABAR.
[ad_2]




