ଅପରାଧ

ବନ୍ଦ ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ; ହତ୍ୟା ସନ୍ଦେହ – Ibnodisha

[ad_1]

କଟକ : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ପଂଚାୟତର ନୂଆସାହି ଗ୍ରାମରେ ଘଟିଛି ଅଭାବନିୟ ଘଟଣା । ବନ୍ଦ ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହରିରାଜପୁରର ଶୀଟଳ ସାହୁ ବୋଲି ଜଣାପଡିଛି । ତେବେ ଘରର କବାଟରେ ରକ୍ତ ଛିଟା ଲାଗିଥିବା ବେଳେ ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଏବଂ କୋଠଘର ଠାରୁ ୧୦୦ ମିଟର ଦୂରରେ ଚପଲ , ମୋବାଇଲ , ଧାରୁଆ ଅସ୍ତ୍ର , ଖଣ୍ଡା ପଡିଥିବା ଦେଖିବାକୁ ମିଳିଛି । ତେବେ କେହି ଜଣେ ଖଣ୍ଡାରେ ଆକ୍ରମଣ କରି ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଏବଂ ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button