ଅପରାଧ

୨୧୦ ଲିଟର ଦେଶୀ ରନ୍ଧା ମଦ ସହିତ ୦୪ ଗୋଟି ମୋଟର ସାଇକେଲ ଜବତ । ୦୭ ଗିରଫ ।

IBN ଓଡିଶା(REPORT BY SITAKANTA PARHI BHADRAK):ଭଦ୍ରକ:-ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବାସୁଦେବପୁର ଥାନା ଅନ୍ତର୍ଗତ ମାଛହାଟ, ଭୈରବପୁର ଛକ ଓ ବ୍ଲକ ଛକ ଓ ସାବରଙ୍ଗ ଥାନା ଅନ୍ତର୍ଗତ ଅଣ୍ଡରେଇ ଛକ ଅଞ୍ଚଳରେ ଚଢାଉ କରାଯାଇ ମୋଟ ୨୧୦ ଲିଟର ଦେଶୀ ରନ୍ଧା ମଦ ଓ ୦୪ ଗୋଟି ମୋଟର ସାଇକେଲ ଜବତ କରିବା ସହିତ ଏଥିରେ ସଂପୃକ୍ତ ମୋଟ ୦୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସୋର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ବିମ୍ବାଧର ମଳିକ ଓ ରବୀନ୍ଦ୍ର ମଳିକ, ସିମୁଳିଆ ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର ଅଶୋକ ପଣ୍ଡା, ନାୟକାଣିଡିହି ଥାନା ଅନ୍ତର୍ଗତ ବିରସ ଗ୍ରାମର ରମେଶ ବଳ,କମଳାକାନ୍ତ ନାୟକ ଓ ତପନ ନାୟକ , ବାସୁଦେବପୁର ଥାନା ଅନ୍ତର୍ଗତ ଭୈରବପୁର ଗ୍ରାମର ରବୀନ୍ଦ୍ର ବେହେରା । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ଭବେଶ ଦାସ,ପ୍ରହଲ୍ଲାଦ ସାମଲ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ,ସତ୍ୟରଞ୍ଜନ ସେଠୀ, ଅନବାଦିତ୍ୟ ବାରିକ,ଖଗେଶ୍ବର ଜେନା, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button