ଅପରାଧ

୫୦ ଲିଟର ଦେଶୀ ରନ୍ଧା ମଦ ସହିତ ଏକ ମୋଟର ସାଇକେଲ ,୧ ଜଣେ ଗିରଫ ।

IBN ଓଡିଶା(REPORT BY SITAKANTA PARHI BHADRK):ଭଦ୍ରକ:-ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ କ୍ଷୀତିସ ଦାସ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ , ଯୋରଗଡିଆ,କଙ୍କରା ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ମୋଟ ୫୦ ଲିଟର ଦେଶୀ ରନ୍ଧା ମଦ ଓ ୧ ବାଇକ୍ ଜବତ କରିବା ସହିତ ଏଥିରେ ସଂପୃକ୍ତ ମୋଟ ୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ସଂପୃକ୍ତ ଆସାମୀ ଫେରାର ହୋଇ ଯାଇଥିବା ସୂଚନା। ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ମହେଶ୍ୱର ବେହେରା ଓ ଫେରାର ହୋଇ ଯାଇଥିବା ଆସାମୀ ବାବୁଲି ଦେଉରି । ଏହି ଆସାମୀ ଜଣଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button