ଗଣଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷରେ ଖଲାସ – Ibnodisha
[ad_1]
ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ନେତ୍ରାବାହାଳ ଗ୍ରାମରେ ଗତ 2021ମସିହାରେ ସଂଘଟିତ ଗଣ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ବିଚାରଧୀନ ଦୁଇଜଣ ବନ୍ଦୀଙ୍କୁ ମାନ୍ୟବର ଜିଲ୍ଲା ଓ ଦୌରାଜଜ ନିର୍ଦୋଷରେ ଖଲାସ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାଇ ଗତ 2021 ମସିହା ଏପ୍ରିଲ 30 ତାରିଖ ଦିନ ନେତ୍ରାବାହଳ ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ନେତ୍ରାବାହାଳ ଗ୍ରାମର ଶିବ ମହନ୍ତ ଓ ବମ୍ପରଡା ଗ୍ରାମର ବିଜୁ ମହାକୁଳ ଏକ ଆମ୍ବ ଗଛ ମୂଳେ ଏକୁଟିଆ ପାଇ ବଳ ପୂର୍ବକ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ ସମୟର ନଗ୍ନ ଫଟୋ ମୋବାଇଲରେ ଉତ୍ତୋଳନ କରିଥିଲେ l ଏଥି ସହ ପୀଡିତାଙ୍କୁ ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲେ l
ଫଳରେ ପୀଡିତା ଗାଁ ଛାଡି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳକୁ ଚାଲି ଯାଇଥିଲେ l ଏହା ପରେ ମଧ୍ୟ ଅଭିଯୁକ୍ତ ମାନେ ପୀଡିତାକୁ ଫୋନ କରି ଡ଼ାକିବା ସହ ନଆସିଲେ ନଗ୍ନ ଫଟୋ ଭାଇରଲ କରିବାର ଧମକ ଦେଇଥିଲେ l ଅଭିଯୁକ୍ତଙ୍କ ଧମକକୁ ପୀଡିତା କର୍ଣ୍ଣପାତ ନ କରିବାରୁ ଅଭିଯୁକ୍ତ ମାନେ ମହିଳାଙ୍କ ନଗ୍ନ ଫଟୋ ଭାଇରଲ କରିଥିଲେ l ଏହା ଜଣା ପଡିବା ପରେ ପୀଡ଼ିତାଙ୍କ ପକ୍ଷରୁ ବାରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ବାରକୋଟ ଥାନା ପୁଲିସ ଦୁଷ୍କର୍ମ, ହତ୍ୟା ଧମକ ଓ ଆଇଟି ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ l ତେବେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା l ସେହି ଦିନ ଠାରୁ ଅଭିଯୁକ୍ତ ମାନେ ବିଚାରଧୀନ ବନ୍ଦୀ ଭାବେ ଜେଲରେ ରହୁଥିଲେ l ଏହି ମାମଲାରେ 18 ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଜିଲ୍ଲା ଓ ଦୌରାଜଜ ଗୌତମ ଶର୍ମା ଅଭିଯୁକ୍ତ ଦ୍ବୟଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ ଓ ଜନ୍ମଜୟ ପ୍ରଧାନ ମାମଲା ପରିଚାଳନା କରୁଥିଲେ l
[ad_2]