ପ୍ରେମିକାର ବିଶ୍ୱାସରେ ବିଷ; ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କଲା ପ୍ରେମିକ – Ibnodisha

[ad_1]
ସମ୍ବଲପୁର: ସମ୍ବଲପୁରରେ ଲଜ୍ଜା । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ପ୍ରଥମେ ପ୍ରେମ ନିବେଦନ, ପରେ ଫୋନରେ ବାର୍ତ୍ତାଳାପ ପରେ ମଜଭୁତ ହେଲା ସମ୍ପର୍କ । ଶେଷରେ ରାତି ଅଧରେ ସ୍କୁଲକୁ ଡାକି ପ୍ରେମିକାକୁ ଦୁଷ୍କର୍ମ କଲା ପ୍ରେମିକ । ଏହାପରେ ପ୍ରେମିକା ସହ ଦୁଷ୍କର୍ମ କରିବାକୁ ନିଜ ସାଙ୍ଗମାନଙ୍କୁ ଟେକି ଦେଲା । ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ପରେ ପ୍ରେମିକ ସମେତ ତାର ତିନି ସାଙ୍ଗଙ୍କୁ ପୋଲିସ ଗିରଫ କରିଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ସମ୍ବଲପୁରର ରେଙ୍ଗାଲି ଅଞ୍ଚଳରେ । ଗିରଫ ଅଭିଯୁକ୍ତ ହେଉଛନ୍ତି ପୀଡିତା ନାବାଳିକାର ପ୍ରେମିକ ତା\’ର ବନ୍ଧୁ ସୁରଜ ଓରାମ(୨୧), ପିଣ୍ଟୁ ଓରାମ(୨୦) ଓ ବୀରେନ୍ଦ୍ର ମୁଣ୍ଡା (୨୫) ।
ସୂଚନା ଅନୁସାରେ, ଗତ ଦୁଇ ମାସ ତଳେ ନାବାଳିକା ବାପାଙ୍କ ମୃତ୍ୟୁ ହୋଇଥିଲା କ୍ଷ ଏହାପରେ ନାବାଳିକାଙ୍କ ପରିବାରର ଆର୍ôଥକ ଅବସ୍ଥା ଭଲ ନଥିଲା କ୍ଷ ସେଥିପାଇଁ ତାଙ୍କ ମାଆ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜେ ନାବାଳିକା ମଧ୍ୟ ମଜୁରୀ କରୁଥିଲେ କ୍ଷ ନାବାଳିକାଙ୍କ ଆଉ ୨ ସାନ ଭଉଣୀ ସ୍କୁଲରେ ପାଠ ପଢ଼ୁଥିବା ବେଳେ ପରିବାରର ବୋଝ ତାଙ୍କ ଉପରେ ରହିଥିଲା । କିଛି ଦିନ ତଳେ ଗାଁର ଜଣେ ନାବାଳକ ତାଙ୍କୁ ଫୋନରେ ବାରମ୍ବାର କଲ କରି ପ୍ରେମ ନିବେଦନ କରିବା ସହ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା ।
ଏହା ପରେ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରତ୍ୟେକ ଦିନ ଉଭୟ ଫୋନରେ କଥାବାର୍ତ୍ତା ଜାରି ରଖିଥିଲେ । ଗତ ଗୁରୁବାର ଦିନ ରାତିରେ ନାବାଳକ ପ୍ରେମିକ ପୀଡିତାଙ୍କୁ ନିକଟସ୍ଥ ସ୍କୁଲ ପରିସରକୁ ଡାକି ଦୁଷ୍କର୍ମ କରିଥିଲା । ଏହାପରେ ସେ ଫୋନ କରି ନିଜର ଅନ୍ୟ ୩ ଜଣ ସାଙ୍ଗଙ୍କୁ ଡାକିଥିଲା ଏବଂ ସେହି ଯୁବକମାନେ ମଧ୍ୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାରିକୁ କିଛି ନକହିବାକୁ ସେମାନେ ପୀଡିତାଙ୍କୁ ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଜଣେ ସମ୍ପର୍କୀୟ ଭଉଣୀଙ୍କୁ ଏ ସମ୍ପର୍କରେ କହିବା ପରେ ଶନିବାର ଦିନ ରେଙ୍ଗାଲି ଥାନାରେ ଏତଲା ଦେଇଥିଲେ ପୀଡିତାଙ୍କ ପରିବାର କ୍ଷ ଏନେଇ ପୋଲିସ ତ୍ୱରିତ ପଦକ୍ଷେପ ନେଇ ସୋମବାର ବିଳମ୍ବିତ ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ଓ ମୁଖ୍ୟ ଅଭିଯୁକ୍ତ ନାବାଳକ ପ୍ରେମିକକୁ ନ୍ୟାୟ ବୋର୍ଡରେ ହାଜର କରିଛି ।
[ad_2]




