ରାଜ୍ୟ

ଲାଞ୍ଚ ନେବା ମାମଲାରେ ତିନି ସରକାରୀ କର୍ମଚାରୀଙ୍କୁ ଜେଲଦଣ୍ଡ ଓ ଜରିମାନା – Ibnodisha

[ad_1]

କଟକ: ଲାଞ୍ଚ ନେବା ମାମଲାରେ ତିନି ସରକାରୀ କର୍ମଚାରୀଙ୍କୁ ଜେଲଦଣ୍ଡ ଓ ଜରିମାନା। ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ତିନି ସରକାରୀ କର୍ମଚାରୀ। ଅଭିଯୁକ୍ତମାନେ ହେଲେ ବଇଣ୍ଡାର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ଦାସ, ବ୍ରହ୍ମପୁର ବିଦ୍ୟୁତ ବିଭାଗର ପୂର୍ବତନ ‌ମୁଖ୍ୟ କିରାଣି ଯୁଗଳ କିଶ‌ୋର ପରିଡ଼ା ଓ କୁତ୍ରା ବ୍ଲକର ପୂର୍ବତନ ‌ମୁଖ୍ୟ କିରାଣି ଦ୍ରୁପଦ ସାହାସିଆ।

ଯୁଗଳ କିଶ‌ୋର ପରିଡ଼ାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଭିଜିଲାନ୍ସ କୋର୍ଟ। ଜରିମାନା ଅନାଦେୟ କ୍ଷେତ୍ରରେ ଆହୁରି ୩ ମାସ ଜେଲ ଦଣ୍ଡାଦେଶ ହୋଇଛି। ଅପରପକ୍ଷରେ ଦ୍ରୁପଦ ସାହାସିଆ୧ ବର୍ଷ ଜେଲଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା କରିଛନ୍ତି ଭିଜିଲାନ୍ସ କୋର୍ଟ। ଜରିମାନା ଅନାଦେୟ କ୍ଷେତ୍ରରେ ଆହୁରି ୧ ମାସ ଜେଲ ଦଣ୍ଡାଦେଶ ହୋଇଛି। ଏଣେ ବଇଣ୍ଡାର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସରୋଜ କୁମାରଙ୍କୁ ଦାସ ୩ ବର୍ଷ ଜେଲଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଆହୁରି ୩ ମାସ ଜେଲ ଦଣ୍ଡାଦେଶ ହୋଇଛି। ଗୋଟିଏ ଦିନରେ ଏହି ୩ ଜଣଙ୍କୁ ଦଣ୍ଡାଦେଶ ହୋଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button