ରାଜ୍ୟ

ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କର ପରଲୋକ ଘଟିଛି। ଭୁବନେଶ୍ଵର ବିଜେବି ନଗରସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କଣ୍ଠଶିଳ୍ପୀ ସଂଯୁକ୍ତା ରଏ ଓଡିଶା ସଙ୍ଗୀତ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ୧୯୪୮ରେ ଆକାଶବାଣୀ କଟକ କେନ୍ଦ୍ର ଉଦଘାଟନ ସମୟରେ ସେ ସଙ୍ଗୀତ ପରିବେଷଣ କରି ପ୍ରଶଂସିତ ହୋଇଥିଲେ।

ସେ ଓଡିଶାର ପ୍ରଥମ ରେଡିଓ କଳାକାର ଥିଲେ।

ଲତା ମଙ୍ଗେସକରଙ୍କର ସେ ଅତି ନିକଟର ଥିଲେ। ୧୯୫୯ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମେଧାବୃତ୍ତି ସମ୍ମାନ ମିଳିପାରିଥିଲା। ବାଟ ଛାଡ ସୁହଯ ନାଗର, ମନେ ପଡୁଛି ବୋଉ, ଉଡିଗଲେ ଗେଣ୍ଡାଳିଆ, ମହୁଆ ବଣେ ଲୋ ଆଦି ସଙ୍ଗୀତ ତାଙ୍କୁ ବେଶ୍ ଲୋକପ୍ରିୟ କରିଥିଲା। ସେ ଦିଲ୍ଲୀର ଭାରତୀୟ କଳା କେନ୍ଦ୍ରରେ ଯୋଗ ଦେଇଥିଲେ ଏବଂ ସେଠାରେ ଦୁଇ ବର୍ଷ ସଙ୍ଗୀତ ଅଧ୍ୟୟନ କରିଥିଲେ।

ପରିବାର ସୂତ୍ର ଅନୁଯାୟୀ, ସେ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପୁଅ ତପେଶ ରଏ , ଝିଅ ଲୋନା ରଏଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ସ୍ଵର୍ଗତ ରଏ ଖୋର୍ଦ୍ଧାର ସ୍ଵାଧୀନତା ସଂଗ୍ରାମୀ ତଥା ଆଇନଜୀବୀ ବିଶ୍ଵନାଥ ରଏଙ୍କ ବୋହୂ ତଥା ବରିଷ୍ଠ ଆଇନଜୀବୀ ସ୍ଵର୍ଗତ ରଞ୍ଜିତ୍ ରଏଙ୍କ ଧର୍ମପତ୍ନୀ ଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button