ଇଟାରେ ପିଟି ଜ୍ୱାଇଁକୁ ହତ୍ୟା କଲେ ଶ୍ୱଶୁର ଘର ଲୋକ – Ibnodisha

[ad_1]
ଲକ୍ଷ୍ନୌ: ପାରିବାରିକ କଳହର କରୁଣ ପରିଣତି । ଶ୍ୱଶୁର ଘର ଗାଁରେ ଜ୍ୱାଇଁକୁ ହତ୍ୟା । ରାସ୍ତା ମଝିରେ ଇଟାରେ ପିଟି ପିଟି ଜ୍ୱାଇଁକୁ ନିର୍ମମ ଭାବରେ ହତ୍ୟା କଲେ ଶ୍ୱଶୁର ଘର ଲୋକ । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ବିଞ୍ଜୋର ଜିଲ୍ଲାର ସରାଇ ଇମ୍ମା ଗାଁରେ ରହୁଥିବା ଆସିଫ ଉର୍ଫ ବାଜା ଏବଂ ତାଙ୍କ ପତ୍ନୀଙ୍କ ସହ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା । ଏହି କାରଣରୁ ଆସିଫଙ୍କ ପତ୍ନୀ ଯାଇ ନିଜ ବାପାଘର ଦୁଧାଲି ଗାଁରେ ରହୁଥିଲେ ।
ଏହାସହ ଆସିଫଙ୍କ ବିରୁଦ୍ଧରେ କିରତପୁର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ମାମଲା ଥାନାରେ ବିଚାରଧିନ ଥିଲା । ସେପଟେ ପତ୍ନୀକୁ ନେବା ପାଇଁ ଶ୍ୱଶୁର ଘର ଲୋକ ଆସିଫଙ୍କୁ ଦୁଧଲିକୁ ଡାକିଥିଲେ । ତେବେ ଆସିଫ ତାଙ୍କ ପତ୍ନୀକୁ ଆଣିବା ପାଇଁ ଯେତେବେଳେ ତାଙ୍କ ଶ୍ୱଶୁର ଘର ଗାଁରେ ପହଞ୍ଚି ଥିଲେ ସେତେବେଳେ ତାଙ୍କ ଶଳା ଏବଂ ଗାଁର ମୁଖିଆ ମିଶି ଆସିଫଙ୍କୁ ମାରପିିଟ କରିଥିଲେ । ତେବେ ଏତିକିରେ ସେମାନଙ୍କ ରାଗ କମିନଥିଲା । ପାଖରେ ଥିବା ଏକ ଇଟା ଆଣି ଆସିଫଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଆସିଫଙ୍କ ମୃତ୍ୟୁ ହୋଇଥିଲା । ତେବେ ଆସିଫଙ୍କ ପରିବାର ଲୋକଙ୍କ କହିବ ଅନୁସାରେ, ବିବାହ ପରେ ଆସିଫଙ୍କ ପତ୍ନୀ କିଛି ଦିନ ଶ୍ୱଶୁର ଘରେ ରହିଥିଲେ ।
ଏହାପରେ ବାପାଘରକୁ ଯିବା ପରେ ଆଉ ଶ୍ୱଶୁର ଘରକୁ ଫେରି ନଥିଲେ । ସେପଟେ ପତ୍ନୀକୁ ଶ୍ୱଶୁର ଘରୁ ଆସି ନେବା ପାଇଁ ଡାକି ତାଙ୍କୁ ହତ୍ୟା କରିଛନ୍ତି । ତେବେ ଏନେଇ ଆସିଫଙ୍କ ବାପା ଅବ୍ଦୁଲ ରଶିଫ କିରତପୁର ଥାନାରେ ଝିଅ ଘର ପକ୍ଷ ଲୋକଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେବେ ଦୁଧଲି ଗାଁର ମୁଖିଆ ଏବଂ ଯୁବତୀଙ୍କ ମାମୁ ଲଡ୍ଡନ, ଦିଲଶାଦ ଏବଂ ଛୁନ୍ନନ ଏବଂ ଯୁବତୀଙ୍କ ଭାଇ ନଜାକତ ଓ ଲିଆକତ ଆସିଫଙ୍କ ଉପରେ ରାଗ ରଖିଥିଲେ । ଯେଉଁଥିପାଇଁ ଶ୍ୱଶୁର ଘରକୁ ଡାକି ତାଙ୍କୁ ଇଟାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଆସିଫଙ୍କ ବାପା । ଅନ୍ୟପକ୍ଷେ କିରତପୁର ଥାନା ଅଧିକାରୀଙ୍କ କହିବା ଅନୁସାରେ, ଆସିଫଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ୫ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି । ଏହାସହ ଏବେ ପର୍ଯ୍ୟନ୍ତ ୨ ଜଣ ହତ୍ୟାକାରୀଙ୍କୁ ଗିରଫ କରାଯାଇଛି । ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ ।
[ad_2]