ଅପରାଧ

ଝିମିଟି ଖେଳରୁ ମହାଭାରତ; ଟିଭି ରିମୋଟ ପାଇଁ ପୁଅର ଜୀବନ ନେଲା ବାପ – Ibnodisha

[ad_1]

ବେଙ୍ଗାଲୁରୁ: କୁହାଯାଏ ରାଗ ବ୍ରହ୍ମ ଚଣ୍ଡାଳ । ଜଣେ ବ୍ୟକ୍ତି ରାଗି ଥିବା ସମୟରେ ନିଜର ହିତାହିତ ଜ୍ଞାନ ହରାଇ ବସେ । ଏମିତିକୁ ନିଜ ଉପରୁ ନିୟନ୍ତ୍ରଣ ହରାଇ କିଛି ଅମାନବୀୟ କାଣ୍ଡ ମଧ୍ୟ ଘଟାଇ ବସେ । ଯାହାର ଜ୍ୱଳନ୍ତ ଉଦ।।ହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଯେଉଁଠି ସାମାନ୍ୟ କଥାକୁ ନେଇ ଜଣେ ବାପାର ମାଡ଼ରେ ପୁଅର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, କର୍ଣ୍ଣାଟକ ଚିତ୍ରଦୁର୍ଗା ଜିଲ୍ଲା ମୋଲରୋଲମୁରୁ ଟାଉନ ଅଞ୍ଚଳର ଜଣେ ବାପା ରାଗରେ ପୁଅ ଉପରକୁ କଇଁଚି ଫିଙ୍ଗିବା ଫଳରେ ତାଙ୍କ ବଡ଼ ପୁଅର ମୃତ୍ୟୁ ହୋଇଥିବା ନେଇ ସୋମବାର ମୋଲରୋଲମୁରୁ ଥାନା ପୋଲିସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି (ରବିବାର) ଲକ୍ଷ୍ମଣ ବାବୁ ନାମକ ଜଣେ ବ୍ୟକ୍ତିଙ୍କର ଦୁଇ ନାବାଳକ ପୁଅ ଘରେ ଟିଭି ରିମୋଟକୁ ନେଇ ଝଗଡ଼ା ଲାଗିଥିଲେ । ଏହି ସମୟରେ ଲକ୍ଷ୍ମଣ ଘରେ ଥିଲେ । ତେବେ ପିଲା ଦୁଇ ଜଣଙ୍କ ଝଗଡାରେ ଉତକ୍ଷିପ୍ତ ହୋଇ ଲକ୍ଷ୍ମଣ ପାଖରେ ଥିବା ଏକ କଇଁଚିକୁ ବଡ଼ ପୁଅ ଚନ୍ଦ୍ରଶେଖର (୧୬)ଙ୍କ ଉପରକୁ ଫୋପାଡି ଦେଇଥିଲେ ।

ଫଳରେ କଇଁଚିଟି ଚନ୍ଦ୍ରଶେଖରଙ୍କ କାନରେ ବାଜି ଅତ୍ୟଧିକ ରକ୍ତସ୍ରାବ ହେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଲକ୍ଷ୍ମଣ ବାବୁ ଷ୍ଟ୍ରୋକରେ ପୀଡ଼ିତ ହୋଇ ଘରେ ଥିବା ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି । ସେପଟେ ପୁଅକୁ ହତ୍ୟା କରିଥିବା ନେଇ ଲକ୍ଷ୍ମଣଙ୍କ ନାମରେ ମୋଲରୋଲମୁରୁ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମହାରାଷ୍ଟ୍ର ଛତ୍ରପତି ଶିବାଜୀ ସମ୍ଭାଜୀନଗର ଚିକଲଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ୩୫ ବର୍ଷୀୟ ରାଜୁ ପ୍ରକାଶ ଭୋସଲେ ନାମକ ଜଣେ ବ୍ୟକ୍ତି ନିଶା ବଟିକା ଖାଇବା ପରେ ନିଶାରେ ହିତାହିତ ଜ୍ଞାନ ଭୁଲି ଘର ନିକଟରେ ଥିବା କୂଅରେ ନିଜର ନିଜର ୮ ବର୍ଷୀୟ ନାବାଳକ ଓ ୨ ବର୍ଷୀୟ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିଲା । ନିକଟରେ ଥିବା ପଡୋଶୀ ଯୁବକ ଏହା ଦେଖି ଧାଇଁ ଆସିଥିଲେ । କୂଅରେ ଡେଇଁ ଉଭୟ ଶିଶୁଙ୍କୁ ଉଦ୍ଧାର କରିବା ପ୍ରୟାସ କରିଥିଲେ । କିନ୍ତୁ ୮ ବର୍ଷୀୟ ଶୁଭମକୁ ଉଦ୍ଧାର କରାଯିବାରେ ଯୁବକ ଜଣଙ୍କ ସଫଳ ହୋଇଥିଲେ ସୁଦ୍ଧା ୨ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ପାରିନଥିଲା । କିଛି ସମୟ ପରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button