ସଂସାର ଉଜାଡିଦେଲା ସନ୍ଦେହ; ଫୋନ ନ ଉଠାଇବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ – Ibnodisha

[ad_1]
ବେଙ୍ଗାଲୁରୁ: ସନ୍ଦେହ ଯେ କେତେ ଭୟଙ୍କର ହୋଇପାରେ ତାହା କର୍ଣ୍ଣାଟକରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଟିକିଏ ସନ୍ଦେହ ଏକ ସୁନା ସଂସାରକୁ ଚୁନା କରି ଦେଇଛି । ଫୋନ ନଉଠାଇବାକୁ ପତ୍ନୀଙ୍କର ଅନ୍ୟ କାହା ସହିତ ସମ୍ପର୍ତ ଥିବା ସନ୍ଦେହ କରି ତାଙ୍କୁ ହତ୍ୟା କରିଛି ସ୍ୱାମୀ। ୧୫୦ ଥର ପତ୍ନୀଙ୍କୁ ଫୋନ୍ କରିଥିଲେ ସ୍ୱାମୀ ମାତ୍ର ସେ କଲ୍ର ଉତ୍ତର ଦେଇନଥିଲେ । ଏହାପରେ ୨୩୦କିମି ଶ୍ୱଶୁର ଘରକୁ ଯାଇ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକର ହୋସାକୋଟାରୁ ଏପରି ଏକ ବିଚଳିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । କିଶୋର(୩୨) ଜଣେ ପୋଲିସ କନଷ୍ଟେବଳ । ସେ ଚାମରାଜନଗରରେ ମୁତୟନ ଥିଲେ । ତାଙ୍କ ପତ୍ନୀ ପ୍ରତିଭା(୨୪) ଗତ ୧୧ଦିନ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁ ଜନ୍ମ ହେବା ପରେ ସେ ତାଙ୍କ ବାପ ଘରେ ଥିଲେ ।
କିଶୋର ତାଙ୍କ ପତ୍ନୀଙ୍କୁ ସନ୍ଦେହ କରୁଥିଲେ । ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ଫୋନ ଚେକ କରନ୍ତି । କିଛି ଦିନ ତଳେ ଫୋନ୍ରେ ପ୍ରତିଭା ଓ କିଶୋରଙ୍କର ଯୁକ୍ତିତର୍କ ହୋଇଥିଲା । ଗତ ନଭେମ୍ବର ୬ ତାରିଖ ଦିନ କିଶୋର ତାଙ୍କ ପତ୍ନୀଙ୍କୁ ଫୋନ କରିଥିଲେ । ମାତ୍ର ସେ ଫୋନ୍ ଉଠାଇ ନଥିଲେ । ପ୍ରାୟ ୧୫୦ ଥର ପତ୍ନୀଙ୍କୁ ଫୋନ କରିବା ପରେ ସେ ଉତ୍ତର ନଦେବାରୁ ରାଗି ଯାଇଥିଲେ କିଶୋର । ଏହା ପରେ ୨୩୦ କିମି ଶ୍ୱଶୁର ଘରକୁ ଯାଇ ପ୍ରତିଭାଙ୍କ ରୁମ୍ରୁ ଭିତର ପଟୁ ଲକ୍ କରି ଦେଇଥିଲେ ।
ଏହାପରେ ଓଢଣୀରେ ପ୍ରତିଭାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିବା ସମୟରେ ପ୍ରତିଭାଙ୍କ ବାପାମାଆ ଘରେ ନଥିଲେ । ଏହି ଘଟଣା ପରେ ଅଭିଯୁକ୍ତ କିଶୋର କୋଲାର ଜିଲ୍ଲା ବିରାପୁର ଯାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହସାକୋଟା ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ୱାମୀ କିଶୋର ବର୍ତ୍ତମାନ ଏମଭିଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ସୂଚନା ଅନୁସାରେ ପ୍ରତିଭା କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିଥିଲେ । ଗତବର୍ଷ ନଭେମ୍ବର ମାସରେ କୋଲାର ଜିଲ୍ଲା ବୀରପୁରର କିଶୋରଙ୍କ ସହ ତାଙ୍କର ବିବାହ ହୋଇଥିଲା ।
[ad_2]