ଅପରାଧ

ପ୍ରେମିକ ସାଜିଲା ସୈତାନ; ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ କଲା ଗଣଦୁଷ୍କର୍ମ – Ibnodisha

[ad_1]

ରାଉରକେଲା: ଇନଷ୍ଟାଗ୍ରାମରୁ ଗଢି ଉଠିଲା ପ୍ରେମ । ଦେଖା କରିବାକୁ ଡାକି ସାଙ୍ଗମାନଙ୍କ ସହ ମିଶି ପ୍ରେମିକା ସହ ଗଣଦୁଷ୍କର୍ମ କଲା ପ୍ରେମିକ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ନୂଆଗାଁ ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା । ପ୍ରେମିକାଙ୍କ ମାଆଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଛନ୍ତି । ସୂଚନା ଅନୁଯାୟୀ, ରାଜଗାଙ୍ଗପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ନୂଆଗାଁ ବ୍ଲକ ମଣ୍ଡପ ଗାଁର ଜଣେ ଯୁବକଙ୍କ ଇନଷ୍ଟାଗ୍ରାମରେ ପରିଚୟ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଫେବ୍ରୁଆରୀ ୯ ତାରିଖ ଦିନ ଚକୋଲେଟ ଡେ ଅବସରରେ ପ୍ରେମିକା ଜଣକ ପ୍ରେମିକଙ୍କୁ ଭେଟିବା ପାଇଁ ୯୦ କିଲୋମିଟର ବସରେ ଯାତ୍ରା କରି ପ୍ରେମିକର ଗାଁରେ ପହଞ୍ଚିଥିଲେ ।

ସେଠାରେ ପ୍ରେମିକଙ୍କ ସହ ଭେଟ ହେବା ପରେ ପ୍ରେମିକ ଜଣଙ୍କ ଯୁବତୀଙ୍କୁ ଗ୍ରାମ ନିକଟରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା । ସେଠାରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଫୋନ ଯୋଗେ ନିଜର ୩ ଜଣ ସାଙ୍ଗକୁ ଡାକିଥିଲା । ସାଙ୍ଗମାନେ ମଧ୍ୟ ସେଠାରେ ପହଞ୍ଚି ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ହେଲେ ଯୁବତୀ ଜଣକ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମାରପିଟ କରିବା ସହ ଜୋରଦବରଦସ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣକ ନିଜ ସମ୍ପର୍କୀୟ ମାମୁଙ୍କୁ ଖବର ଦେଇଥିଲେ । ପରେ ମାମୁ ଯୁବତୀଙ୍କ ପାଖରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣି ଯୁବତୀଙ୍କ ମାଆଙ୍କୁୁ ଖବର ଦେଇଥିଲେ । ଯୁବତୀଙ୍କ ମାଆ ବିଶ୍ରାଠାରେ ପହଞ୍ଚିବା ପରେ ବିଶ୍ରା ଥାନାର ଦ୍ୱାରସ୍ଥ ହେଇଥିଲେ । ବିଶ୍ରା ପୋଲିସ ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button